Below header

ଭାରତୀୟ ବାୟୁସେନାରେ ସାମିଲ ହେଲା ‘ଚିନୁକ ହେଲିକ୍ୟାପ୍ଟର’, ଆମେରିକା ଯାହା ସାହାଯ୍ୟରେ ଲାଦେନକୁ କରିଥିଲା ଶେଷ

ଆମେରିକା ବୋଇଙ୍ଗ କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବା ଚିନୁକ ସିଏଚ-୪୭ଆଇ କୁ ଭାରତୀୟ ବାୟୁସେନାର ଚଣ୍ଡିଗଢ ଫୋର୍ସ ଷ୍ଟେସନରେ ୨୫ ମାର୍ଚ୍ଚରେ ସାମିଲ କରାଯାଇଛି। ଏହାକୁ ବୁଝିବା ପାଇଁ ବାୟୁସେନା ଏକ ଇଣ୍ଡକ୍ସନ ସେରେମନିର ଆୟୋଜନ କରିଛି। ଆପଣ ଜାଣି ଖୁସି ହେବେ, ଆମେରିକା ଏହି ବିମାନ ସାହାଯ୍ୟରେ ଆତଙ୍କୀ ଓସାମା ବିନ ଲାଦେନକୁ ନିହତ କରିଥିଲା।

ଆମେରିକା କମ୍ପାନୀ ବୋଇଙ୍ଗ ଦ୍ବାରା ତିଆରି କରାଯାଇଥିବା ଚାରିଟି ଚିନୁକ ସିଏଚ-୪୭ ଆଇ ହେଲିକ୍ୟାପ୍ଟରକୁ ବର୍ତ୍ତମାନ ଭାରତ ଅଣାଯାଇଛି। ଭାରତ ଏହିଭଳି ୧୫ଟି ହେଲିକ୍ୟାପ୍ଟର କିଣିଛି। ଭାରତୀୟ ବାୟୁସେନା କାର୍ଯ୍ୟାଳୟରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ରୁଷ ନିର୍ମିତ ଅତ୍ୟଧିକ ଓଜନ ବିଶିଷ୍ଠ ହେଲିକ୍ୟାପ୍ଟର ରହିଥିଲା। କିନ୍ତୁ ପ୍ରଥମ ଥର ଭାରତୀୟ ବାୟୁସେନାରେ ଆମେରିକା ନିର୍ମିତ ହେଲିକ୍ୟାପ୍ଟର ଦେଖିବାକୁ ମିଳିବ।

helicopter-ସିଏଚ-୪୭ ଚିନୁକ ଏକ ଆଡଭାନ୍ସ ମଲ୍ଟି ମିଶନ ହେଲିକ୍ୟାପ୍ଟର, ଯାହା ଭାରତୀୟ ବାୟୁସେନାକୁ ବେସାମରିକ ମହତ୍ବର ଅତ୍ୟଧିକ ସାହାଯ୍ୟ କ୍ଷମତା ପ୍ରଦାନ କରିପାରିବ। ଏହି ହେଲିକ୍ୟାପ୍ଟର ଲୋକମାନଙ୍କ ସହଯୋଗ ବ୍ୟତୀତ ଯୁଦ୍ଧବିମାନ ଭାରେ ମଧ୍ୟ ସାହାଯ୍ୟ କରିବ। ଉଚ୍ଚ ପର୍ବତ ଅଞ୍ଚଳରେ ଏହି ହେଲିକ୍ୟାପ୍ଟରର ସୈନ୍ୟମାନଙ୍କ ପରିବହନ କ୍ଷେତ୍ରରେ ସାହାଯ୍ୟ କରିବାରେ ମୁଖ୍ୟ ଭୂମିକା ରହିବ। ଏହାର ଭାରତୀୟ ବାୟୁସେନାରେ ଖାସ ଭୁମିକା ରହିବ। ଏହି ହେଲିକ୍ୟାପ୍ଟର ବିଶ୍ବର କେତେକ ଭୌଗଳିକ ଅଞ୍ଚଳରେ ସକ୍ଷମତାର ସହ ପରିଚାଳିତ ହେଉଛି। ବିଶେଷ ରୂପେ ଭାରତୀୟ ଉପମହାଦ୍ବୀପ ଅଞ୍ଚଳରେ ଏହି ହେଲିକ୍ୟାପ୍ଟର ବିଶେଷ ଭାବେ ବ୍ୟବହାର କରାଯିବ।

helicopter1ସୂଚନା ଯୋଗ୍ୟ ଭାରତୀୟ ବାୟୁସେନା ୧୫ ଚିନୁକ ହେଲିକ୍ୟାପ୍ଟର ହାସଲ କରିବା ପାଇଁ ଅର୍ଡର ଦେଇଥିଲା। ଯାହା ମଧ୍ୟରେ ପ୍ରଥମ ଚିନୁକ ହେଲିକ୍ୟାପ୍ଟର ଚଳିତ ବର୍ଷ ଫେବୃଆରୀ ମାସରେ ଆସି ସାରିଛି। ଚିନୁକ ହେଲିକ୍ୟାପ୍ଟର ଆମେରିକା ସେନା ବ୍ୟତୀତ ଅନ୍ୟ କେତେକ ଦେଶର ସେନାମାନଙ୍କ ମଧ୍ୟରେ ସକ୍ରିୟ ଭୂମିକା ତୁଲାଇ ପାରିଛି। ଏଥିରେ ସମ୍ପୂର୍ଣ୍ଣ ରୂପେ ଏକିକୃତ ଡିଜିଟାଲ କକପିଟ ମ୍ୟାନେଜମେଣ୍ଟ ସିଷ୍ଟମ ରହିଛି। ଏହା ବ୍ୟତୀତ ଏଥିରେ କମନ ଏୱିଏସନ ଆର୍କିଟେକ୍ଚର କକପିଟ ଏବଂ ଆଡଭାନ୍ସ କକପିଟ ପ୍ରବନ୍ଧର ବିଶେଷତ୍ବ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.