Below header

ଓଡିଶାର ଏହି ବ୍ୟାଙ୍କରେ ଖାଲିପଡିଛି ୭୮୬ ପଦବୀ, ଜଲଦି କରନ୍ତୁ ଆବେଦନ

ଆପଣ ଓଡିଶାରେ ରହି ବ୍ୟାଙ୍କ ଚାକିରି କରିବାକୁ ଚାହୁଛନ୍ତି, ତେବେ ଆପଣଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ। ଓଡିଶା ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କରେ ବ୍ୟାଙ୍କିଂ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ସିଷ୍ଟମ ମ୍ୟାନେଜର ଭଳି ଅନେକ ପଦବୀ ଖାଲି ପଡିଛି। ଏହି ସବୁ ପଦବୀରେ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଆବେଦନ କରି ନିଜର ସ୍ୱପ୍ନ ପୂରଣ କରିପାରିବେ। ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ୧୦ ମଇ ରହିଥିବା ବେଳେ ଏବେ ଏହି ତାରିଖକୁ ୩୧ ମଇ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।

ପଦବୀ ବିବରଣୀ :

ଆସିଷ୍ଟାଣ୍ଟ ମ୍ୟାନେଜର ଗ୍ରେଡ-୨ : ୨୬୭

ବ୍ୟାଙ୍କିଂ ଆସିଷ୍ଟାଣ୍ଟ ଗ୍ରେଡ-୨ : ୪୮୫

ସିଷ୍ଟମ ମ୍ୟାନେଜର : ୩୪

odisha 1

ଶିକ୍ଷାଗତ ଯୋଗ୍ୟତା :

ଏହିସବୁ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି। କିନ୍ତୁ ଇଚ୍ଛୁକ ପ୍ରାର୍ଥୀଙ୍କ କମ୍ପ୍ୟୁଟର ଜ୍ଞାନ ସହିତ ସ୍ନାତକତ୍ତୋର କରିଥିବା ଆବଶ୍ୟକ।

ବୟସ ସୀମା : ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୩୨ ବର୍ଷ ରହିଛି।

ଆବେଦନ ପ୍ରକ୍ରିୟା : ଏହିସବୁ ପଦବୀରେ ଅବେଦନ କରିବାର ଶେଷ ତାରିଖ ୩୧ ମଇ ରହିଥିବା ବେଳେ ଆବେଦନ କରିବା ପୂର୍ବରୁ ଦିଆଯାଇଥିବା ନୋଟିଫିକେସକୁ ଭଲ ଭାବେ ଦେଖିନିଅନ୍ତୁ।

ଚୟନ ପ୍ରକ୍ରିୟା : ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଲିଖିତ ଏବଂ ଇଣ୍ଟରଭ୍ୟୁ ମାଧ୍ୟରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.