ଦେଶରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୧୦୯ ଛୁଇଁଲା ମୃତ୍ୟୁ ସଂଖ୍ୟା

ଦେଶରେ ବଢି ବଢି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩୨୭୭ ନୂଆ କେସ୍‌ ସାମ୍ନାକୁ ଆସିଛି । ସେହିପରି ଗତ 24 ଘଣ୍ଟା ଭିତରେ ୧୨୭ ଜଣଙ୍କ ଜୀବନ ନେଲଣି ଏହି ମାରାତ୍ମକ ଭାଇରସ୍‌ । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୩ ହଜାର ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ମୋଟ୍‌ ୬୨ ହଜାର ୯୩୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସେ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ୍‌ କେସ୍‌ ରହିଛି ୪୧ ହଜାର ୪୭୨ । ୧୯ ହଜାର ୩୫୮ ଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି । ସେହିପରି ଆଜି ସୁଦ୍ଧା ୨୧୦୯ ଜଣଙ୍କ ଜୀବନ ନେଲାଣି ଭାଇରସ୍‌ । ମହାରାଷ୍ଟ୍ରରେ ୨୦ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୭୭୯ ଜଣଙ୍କ ଜୀବନ ଗଲାଣି ।

ସେହିପରି ଗୁଜରାଟରେ ୭ ହଜାର ୭୯୬, ଦିଲ୍ଲୀରେ ୬ ହଜାର ୫୪୨, ତାମିଲନାଡୁରେ ୬ ହଜାର ୫୩୫, ରାଜସ୍ଥାନରେ ୩ ହଜାର ୭୦, ମଧ୍ୟପ୍ରଦେଶରେ ୩ ହଜାର ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠୁ ସ୍ପର୍ଶକାତର ବିଷୟ ହେଉଛି ମହାରାଷ୍ଟ୍ରରେ ୭୮୬ ଜଣ ପୋଲିସ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ ଭୁତାଣୁ ଠାବ ହୋଇଛି । ଯାହା ମଧ୍ୟରୁ ୭୦୩ ଟି ମାମଲା ସକ୍ରିୟ ଥିବା ବେଳେ ୭୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ହିମାଚଳ ପ୍ରଦେଶରେ ୨ ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫୪ ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.