Below header

ସ୍ୱାମୀଙ୍କୁ ହରାଇଦେଲେ ସିନା କର୍ତ୍ତବ୍ୟ ଭୁଲିଲେନି, କହିଲେ ମୋ ଦୁଃଖ ଯୋଗୁଁ ଅନ୍ୟ କେହି ଅବହେଳା ନ ହେଉ

କରୋନା ଯୋଦ୍ଧା। ଏମାନଙ୍କ ପାଇଁ ଆଜି ସମଗ୍ର ଭାରତବାସୀ ଗର୍ବିତ। ଏମାନେ ନିଜ ଜୀବନକୁ ଖାତିର ନକରି ଏଭଳି ବିପଦ ସମୟରେ ଲୋକଙ୍କ ସେବାରେ ଲାଗିପଡିଛନ୍ତି ତାହା ଆପଣ ହୁଏତ ନିଶ୍ଚିତ ଜାଣିଥିବେ। ନିଜର ଦୁଃଖ କଷ୍ଟ, ପିଲାଛୁଆ, ପରିବାର କଥା ଭୁଲି ଏମାନେ ଏହି ବିପଦ ସମୟରେ ଯୋଦ୍ଧା ହୋଇ ଠିଆ ହୋଇଛନ୍ତି। ଏମାନଙ୍କ ପାଇଁ ନିଜ କର୍ତ୍ତବ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

kk

କେଉଁଠି ନିଜ ପିଲାକୁ ମା’ ଦେଖିବାକୁ ଯାଇପାରୁନଥିବା ବେଳେ କେଉଁଠି ସ୍ୱାମୀଙ୍କ ମୃତ୍ୟୁ ପରେ କର୍ମକ୍ଷେତ୍ରରେ ଯୋଗ ଦେବାକୁ ବାଧ୍ୟ ହେଉଛି। ଅନ୍ୟ କେଉଁଠି ପିଲାଙ୍କୁ ଜନ୍ମ ଦେବା ପରେ ନିଜ କର୍ତ୍ତବ୍ୟକୁ ଆଖି ଆଗରେ ରଖି ମା’ ଛୁଟି ନ ନେଇ ଡ୍ୟୁଟିରେ ଯୋଗ ଦେଉଛି। ଏହା ମଧ୍ୟରେ ଆମେ ଅନେକ ଖବର ନିଶ୍ଚିତ ଭାବେ ଜାଣିବାକୁ ପାଇଲୁଣି। କିନ୍ତୁ ଆମେ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ସେ ନିଜ ସ୍ୱାମୀଙ୍କ ମୃତ୍ୟୁର ୭୨ ଘଣ୍ଟା ପରେ କାର୍ଯ୍ୟୋର ଯୋଗ ଦେଇ ଅନ୍ୟମାନଙ୍କ ଉଦାହରଣ ସୃଷ୍ଟି କରିଛନ୍ତି। ଯେଇଥିପାଇଁ ତାଙ୍କ ପିଲା ତାଙ୍କ ଉପରେ ଗର୍ବ ଅନୁଭବ କରୁଛନ୍ତି।

chc

ମୁଜାଫରନଗର ଜନପଦ ଅଞ୍ଚଳରେ କାଦିପୁର ଗାଁରେ ସୁନୀତାଙ୍କ ଖର। ସ୍ୱାମୀ ଇନ୍ଦ୍ରବୀର ସିଂ ଗତ କିଛିବର୍ଷ ହେଲାଣି କ୍ୟାନସରରେ ପୀଡିତ ରହିଥିଲେ। ଅନେକ ଚିକିତ୍ସା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା। କ୍ୟାନସରରେ ପୀଡିତ ଇନ୍ଦ୍ରବୀର ଶେଷରେ ଜୀବନ ହାରିଲେ। ସ୍ୱାମୀଙ୍କ ମୃତ୍ୟୁରେ ସୁନୀତା ମଧ୍ୟ ନିଜ ଜୀବନର ସବୁକିଛି ହାରିଗଲେ। କିନ୍ତୁ ଧେର୍ଯ୍ୟ କେବେ ବି ହାରିନଥିଲେ। ସ୍ୱାମୀଙ୍କ ମୃତ୍ୟୁର ମାତ୍ର ୭୨ ଘଣ୍ଟା ପରେ ନିଜ କର୍ମକ୍ଷେତ୍ରରେ ଯୋଗ ଦେଇଥିଲେ ସୁନୀତା।

stop

ସୁନୀତା ସ୍ଥାନୀୟ ସିଏଚସିରେ କାମ କରନ୍ତି। ଏଭଳି ପରିସ୍ଥିତିରେ ନିଜର କର୍ତ୍ତବ୍ୟରେ ଅବହେଳା ନ ହେଉ ସୁନୀତା ନିଜର ସ୍ୱାମୀଙ୍କ ମୃତ୍ୟୁ ପରେ ମଧ୍ୟ ଘରେ ରହିନଥିଲେ। କରୋନା ସମୟରେ ଲୋକ କିଭଳି ସଠିକ ସ୍ୱାସ୍ଥ୍ୟସେବା ପାଇବେ, ସେଥିପାଇଁ ନିଜର ସବୁ ଦୁଃଖ, କଷ୍ଟ ଭୁଲି ସୁନୀତା କର୍ମକ୍ଷେତ୍ରରେ ଯୋଗ ଦେଇଥିଲେ। ସୁନୀତାଙ୍କ ଏପରି କାମ ଦେଖି ପୁଅ ବିପୁଳ ମଧ୍ୟ ବହୁତ ଗର୍ବ ଅନୁଭବ କରୁଛନ୍ତି। ମା’ କିଭଳି ନିଜର ଦୁଃଖ, କଷ୍ଟ ଭୁଲି କର୍ତ୍ତବ୍ୟ ପାଇଁ ସବୁକିଛି ବଳିଦାନ ଦେଇଛନ୍ତି। ତାହା ପାଇଁ ଆଜି ପୁଅର ଛାତି ଫୁଲିଯାଉଛି। ନିଜକୁ ଏହି ମା’ର ସନ୍ତାନ ଭାବି ଗର୍ବ କରୁଛନ୍ତି ବିପୁଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.