ଆଜି ବିଶ୍ୱ ମାତୃ ଦିବସ, ପ୍ରତିଟି ଘରେ ପ୍ରକୃତ କରୋନା ଯୋଦ୍ଧା ସାଜି ଥିବା ସେହି ମା” ମାନଙ୍କୁ ପ୍ରଣାମ

ପୃଥିବୀର ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ହେଉଛି ମା’ । ମାତ୍ର ଗୋଟିଏ ଅକ୍ଷରରେ ଗଢ଼ା ହୋଇଥିଲେ ବି ଏହାର ଅର୍ଥ କିନ୍ତୁ ଅସୀମିତ । ଖାଲି ଶବ୍ଦରେ ନୁହେଁ ଏହାର ଡାକରେ ବି ଭରି ରହିଛି ଅନେକ ମାଦକତା । ଥରେ ଶୁଣି ଦେଲେ ଯେମିତି ଏକ ପ୍ରକାର ଆତ୍ମତୃପ୍ତି ମିଳିଯାଏ । ଏହି ଶବ୍ଦ ପଛର ପ୍ରକୃତ ଅର୍ଥ ହୁଏତ ଆଜି ପର୍ଯ୍ୟନ୍ତ କେହି ବି ଖୋଜି ପାଇନାହାନ୍ତି କି ହୁଏତ ଆଗକୁ ମଧ୍ୟ ପାଇବେ ନାହିଁ । ମା’ର ସେହି ପଣତକାନି ବଜ୍ର ଠାରୁ ଅଧିକ ଶକ୍ତ । ବିଶ୍ୱ ବ୍ରହ୍ମାଣ୍ଡର ଯେତେ ଶକ୍ତିଶାଳୀ ଅସ୍ତ୍ର ତାକୁ ଭେଦ କରିବା ଅସମ୍ଭବ । ଆମ ଓଡ଼ିଆରେ ଗୋଟେ ପ୍ରବାଦ ଅଛି “ପୁତ୍ର ହୁଏତ କୁପୁତ୍ର ହୋଇପାରେ, କିନ୍ତୁ ମାତା କେବେ ବି କୁମାତା ହୋଇପାରେନା” ।

mothers day

ଏମିତିରେ ତ ମା’କୁ ମନେପକେଇବା ପାଇଁ ମାତ୍ର ଗୋଟିଏ ଦିନ ଯଥେଷ୍ଟ ନୁହେଁ । କିନ୍ତୁ ଆଜିକା ସମୟରେ କିଛିଟା ଅଲୋଡ଼ା ହୋଇପଡିଥିବା ଏହି ଶବ୍ଦକୁ ଖୋଜି ବାହାର କରିବା ପାଇଁ ବିଶ୍ଵବ୍ୟାପୀ ଏହାର ପାଳନ ପାଇଁ ଏକ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯାଇଛି । ପ୍ରତିବର୍ଷ ମେ ମାସ ଦ୍ଵିତୀୟ ରବିବାରରେ ଏହି ଦିନ ପାଳନ କରାଯାଇଥାଏ । ଯେବେକି ଆରବ ପ୍ରଦେଶର ଅଧିକାଂଶ ଦେଶରେ ମାର୍ଚ୍ଚ ୨୧ ତାରିଖକୁ ମାତୃ ଦିବସ ଭାବେ ପାଳନ କରାଯାଇଥାଏ ।

କଣ ରହିଛି ଇତିହାସ;

୧୯୦୮ ମସିହା ଆମେରିକା ଠାରେ ପ୍ରଥମେ ଏହି ଦିବସ ପାଳିତ ହୋଇଥିଲା । ଆନ୍ନା ଜ୍ୱାର୍ବଭିସ ନାମ୍ନୀ ଜଣେ ମହିଳା ୱେଷ୍ଟ ଭର୍ଜିନିଆ ଠାରେ ଅବସ୍ଥିତ “ସେନ୍ଟ ଆନ୍ଦ୍ରଦ୍ୟୁଜ ମାର୍ଥଡିଜ” ଚର୍ଚ୍ଚରେ ନିଜ ମା’ଙ୍କ ସ୍ମୃତିରେ ଏକ ସ୍ମାରକୀ ସ୍ଥାପନ କରିଥିଲେ । ଆନ୍ନାଙ୍କ ମା’ଙ୍କ ଶେଷ ଇଚ୍ଛା ଥିଲା କି ତାଙ୍କ ମୃତ୍ୟୁ ପରେ ତାଙ୍କର ଏକ ସ୍ମାରକୀ ନିର୍ମାଣ କରାଯାଉ । ସେସମୟରେ ପ୍ରଥମ ବିଶ୍ୱ ଯୁଦ୍ଧ ଚାଲୁ ରହିଥିବାରୁ ଆହତ ହୋଇଥିବା ଶ୍ରମିକ ମାନଙ୍କ ଚିକତ୍ସାକୁ ନେଇ ଉଠିଥିବା ସମସ୍ୟାର ସମାଧାନ ପାଇଁ ଏକ “ମଡ଼ର୍ସ ଡ଼େ କ୍ଲବ” ସ୍ଥାପନ କରିଥିଲେ ।

mother day

ଚଳିତ ବର୍ଷ କୌଣସି ନିର୍ଦ୍ଦିଷ୍ଟ ଥିମ ରଖା ଯାଇନଥିଲେ ମଧ୍ୟ ବର୍ତ୍ତମାନର କରୋନା ଭାଇରସ ପରିସ୍ଥିତିରେ ମା’ମାନଙ୍କ ଦାୟିତ୍ୱ ବିଶେଷ ଭାବେ ବଢି ଯାଇଛି । ପିଲାଙ୍କ ବ୍ୟତୀତ ସେମାନଙ୍କୁ ଘରର ଅନ୍ୟାନ ସଦସ୍ୟଙ୍କ ବିଶେଷ ଦାୟିତ୍ୱ ରଖିବାକୁ ପଡୁଛି । ଖାଲି ଘରେ ନୁହେଁ ଏହି ମା’ ମାନେ ବି ଜଣେ ସ୍ୱାସ୍ଥ୍ୟକର୍ମୀ, ସ୍ବେଛାସେବୀ, ପୋଲିସ କର୍ମୀ ଭାବେ ଜଣେ ଜଣେ କରୋନା ଯୋଦ୍ଧା ସାଜିଛନ୍ତି । ତେଣୁ ଆଜିର ବିଶେଷ ଦିନରେ ସେହି ମା’ ମାନଙ୍କୁ ଦଣ୍ଡବତ ପ୍ରଣାମ ।

ସର୍ବ ପ୍ରଥମେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ କରୋନା ଯୋଦ୍ଧା ସାଜିଥିବା ମା’ମାନଙ୍କୁ ସମ୍ମାନ ଜଣାଇଥିଲେ । ଆଜିର ଶୁଭ ଅବସରରେ ବି ଟ୍ୱିଟ ଯୋଗେ ମାତୃ ଦିବସର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.