ତ୍ରିପୁରାରେ ୧୭ ବିଏସ୍‌ଏଫ୍‌ ଯବାନ କରୋନା ପଜେଟିଭ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଦେଶରେ ୫୯ ହଜାର ୬୬୨ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାସହିତ ପାଖାପାଖି ୨୦୦୦ ଲୋକ ମୃତ୍ୟୁବରଣ କରିସାରିଲେଣି। ଇତିମଧ୍ୟରେ ତ୍ରିପୁରାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରେ ୧୦୨ ଜଣ ବିଏସ୍ଏଫ୍ କର୍ମଚାରୀ ରହିଛନ୍ତି।

cc

୮୬ ବାଟାଲିୟନର ଯବାନଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ସଂକ୍ରମିତଙ୍କ ମଧ୍ୟରେ ୧୪ ଜଣ ସାଧାରଣ ଲୋକ ରହିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଅଗରତାଲାର ଭଗତ ସିଂ ୟୁଥ୍ ହଷ୍ଟେଲକୁ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ଚିକିତ୍ସା କେନ୍ଦ୍ରରେ ପରିଣତ କରିବାର ଯୋଜନା କରିଛନ୍ତି। ଏହି କେନ୍ଦ୍ର ଜିବି ହସ୍ପିଟାଲ ନିୟନ୍ତ୍ରଣରେ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.