“ସମୁଦ୍ର ସେତୁ” ଜରିଆରେ ସ୍ବଦେଶ ଫେରିଲେ ମାଳଦ୍ଵୀପରେ ଫସିଥିବା ୬୯୮ ଜଣ ଭାରତୀୟ

ସଫଳ ହେଲା ସମୁଦ୍ର ସେତୁ । ମାଳଦ୍ଵୀପରେ ଫସିଥିବା ୬୯୮ ଜଣ ଭାରତୀୟଙ୍କୁ ଫେରାଇଆଣିଲା INS ଜଳାଶ୍ୱ । ମାଳଦ୍ଵୀପରୁ ଭାରତୀୟଙ୍କୁ ଆଣି କୋଚିରେ ପହଞ୍ଚିଛି ଆଇଏନଏସ ଜଳାଶ୍ୱ । ଏହି ୬୯୮ ଜଣଙ୍କ ମଧ୍ୟରୁ ୧୯ ଜଣ ଗର୍ଭବତୀ ମହିଳା ଏବଂ ୧୪ ଜଣ ଶିଶୁ ଥିବା ଜଣା ପଡିଛି । କରୋନା ଯୋଗୁ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଗତ ୫ ତାରିଖରେ ମାଳଦ୍ଵୀପ ଅଭିମୁଖେ ଯାତ୍ରା କରିଥିଲା ଆଇଏନଏସ ଜଳାଶ୍ୱ ।

କୋଭିଡ ପାଇଁ ବିଦେଶରେ ଫସିଥିବା ଭାରତୀୟଙ୍କୁ ପର୍ଯ୍ୟାୟକ୍ରମେ ବିମାନ ଏବଂ ଭାରତୀୟ ନୌସେନାର ଜାହାଜରେ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଯେଉଁମାନଙ୍କ ଠାରେ କରୋନା ଲକ୍ଷଣ ନଥିବ କେବଳ ସେହିମାନଙ୍କୁ ଫେରାଇ ଅଣାଯିବ। ଆସିବା ପୂର୍ବରୁ ସମସ୍ତଙ୍କର ମେଡିକାଲ ସ୍କ୍ରିନିଂ ହେବ। ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍‌ ବା SOP ପ୍ରସ୍ତୁତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.