ରେଡ୍‌ ହଟ୍‌ ପାଲଟିଛି ଗଞ୍ଜାମ ଜିଲ୍ଲା, କରୋନା ଆକ୍ରାନ୍ତ ତାଲିକାରେ ଓଡ଼ିଶାରେ ୧ ନମ୍ବର

ଗଞ୍ଜାମ: ରେଡ୍‌ ହଟ୍‌ ପାଲଟିଛି ଗଞ୍ଜାମ ଜିଲ୍ଲା । ଓଡ଼ିଶାର ସର୍ବାଧିକ କରୋନା ଆକ୍ରାନ୍ତ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି ଏହି ଜିଲ୍ଲା | ମାତ୍ର ୮ ଦିନରେ ଚିହ୍ନଟ ହୋଇଛନ୍ତି ୧୧୮ ଆକ୍ରାନ୍ତ । କହି ରଖିବା ଉଚିତ ହେବକି, ମେ ୨ ତାରିଖରେ ହିଁ ଏଠାରେ ପ୍ରଥମ ପଜିଟିଭ କେଶ ଚିହ୍ନଟ ହୋଇଥିଲା । ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଅଛନ୍ତି ୩୩ ଦଶମିକ ୫ ପ୍ରତିଶତ ।

ସଂକ୍ରମିତ ଓ ଆକ୍ଟିଭ କେସ୍‌ରେ ବି ଏହାର ସ୍ଥାନ ଏକ ନମ୍ବର ରହିଛି । ଖାଲି ସେତିକି ନୁହେଁ ଗଂଜାମରୁ ଆଜି ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଯେବେକି ଏହି ଜିଲ୍ଲାର ୨୯ ଟି ନୂଆ କେଶ ଆଜି ସାମ୍ନାକୁ ଆସିଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଂଚିଛି । ଯେବେକି ଯାଜପୁରରେ ୧୫.୬ ପ୍ରତିଶତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୧୪.୨ ପ୍ରତିଶତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.