ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି, ଦରମା ମାସକୁ ଦେଢ ଲକ୍ଷ ଟଙ୍କା

ଚାକିରି ଖୋଜୁଛନ୍ତି ! ଆପଣଙ୍କ ପାଇଁ ପୁଣି ଏକ ସୁଯୋଗ । ଯଦି ଆପଣ ବିନା ପରୀକ୍ଷାରେ ସରକାରୀ ଚାକିରି ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ତୁରନ୍ତ କରନ୍ତୁ ଆବେଦନ । ଏଠାରେ ୫୯୬ ପଦବୀ ଖାଲିପଡିଛି। ଯଦି ଆପଣ ଚାକିରି ଖୋଜୁଥାନ୍ତି, ତେବେ ତୁରନ୍ତ ଆବେଦନ କରନ୍ତୁ ।

ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (AAI) ଭର୍ତ୍ତି ମାଧ୍ୟମରେ ଏଗଜିକ୍ୟୁଟିଭ ପଦବୀରେ ଭର୍ତ୍ତି ହେବ। ଜୁନିଅର, ସିଭିଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଆର୍କିଟେକ୍ଚର ପଦ ସାମିଲ ରହିଛି ।

ପଦବୀ ବିବରଣୀ : ୫୯୬

ଜୁନିଅର ଏଗ୍ଜିକ୍ୟୁଟିଭ(ସିଭିଲ) : ୬୨

ଜୁନିଅର ଏଗ୍ଜିକ୍ୟୁଟିଭ(ଇଲେକ୍ଟ୍ରିକାଲ) : ୮୪

ଜୁନିଅର ଏଗ୍ଜିକ୍ୟୁଟିଭ (ଇଲେକ୍ଟ୍ରୋନିକ୍ସ) : ୪୪୦

ଆର୍କିଟେକ୍ଚର : ୧୦

ଜରୁରୀ ତାରିଖ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ aai.aero କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୧ ଜାନୁଆରୀ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଗ୍ରାଜୁଏସନ ପାସ୍‌ କରିଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ । ୬୦ ପ୍ରତିଶତ ମାର୍କ ଥିବା ଜରୁରୀ । ହାଛଡା ପ୍ରାର୍ଥୀଙ୍କ ପାଖରେ ବୈଧ ଗେଟ୍‌ ପରୀକ୍ଷା ସ୍କୋର କାର୍ଡ ଥିବା ଜରୁରୀ ।

ବୟସ ସୀମା : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୨୭ ବର୍ଷ ହେବା ଜରୁରୀ ।

ମାସିକ ଦରମା : ୪୦,୦୦୦ରୁ ଆରମ୍ଭ ୧,୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଗେଟ୍‌ ୨୦୨୦, ୨୦୨୧ ଏବଂ ୨୦୨୨ରେ ପାଇଥିବା ମାର୍କ ଆଧାରରେ କରାଯିବ । ସର୍ଟଲିଷ୍ଟ ହେବା ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ଡକାଯିବ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୩୦୦ ଟଙ୍କା ଭରିବାକୁ ହେବ । ଅନୁସୂଚିତ ଜାତି/ଜନଜାତି ଏବଂ ମହିଳା ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

AAI-Recruitment-2023-Notification-PDF.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.