Below header

ପିଆଜ ପରେ ଏବେ କ୍ଷୀରର ପାଳି, ମହଙ୍ଗା ମାଡରେ ଘାଇଲା ହେବେ ସାଧାରଣ ଖାଉଟି

କେନ୍ୟୁଜ୍(ବ୍ୟୁରୋ): ପିଆଜ ପରେ ଏବେ ଆଖିଲେ ଲୁହ ଦେବ କ୍ଷୀର ।  ବଜାରରେ ଏବେ ଏବେ ପିଆଜର ମହଙ୍ଗାମାଡର ନିସ୍ତାର  ପାଇନଥିବା ସାଧାରଣ ଖାଉଟିଙ୍କ ଉପରେ ଦାଉ ସାଧିବାକୁ  ଯାଉଛି କ୍ଷୀର। ଦେଶର ସବୁଠାରୁ ବଡ଼ ଏବଂ ଜଣାଶୁଣା କମ୍ପାନୀ ଅମୂଲ (Amul) କ୍ଷୀରର ଦର ବଢ଼ାଇବା ପାଇଁ ନିଷ୍ପତି ନେଇଛି। କମ୍ପାନୀର ତରଫରୁ ଏକ ବିଜ୍ଞପ୍ତି ଜାରୀ କରି କୁହାଯାଇଛି ଯେ ୧୫ ଡିସେମ୍ବର ୨୦୧୯ରେ କ୍ଷୀର ଦରରେ ୨ଟଙ୍କା ବୃଦ୍ଧି କରାଯାଇଛି।ଏବେ ଅମୂଲ ଗୋଲ୍ଡ (Amul Gold)ର ୫୦୦ ଗ୍ରାମ ପ୍ୟାକେଟର ଦାମ ୨୭ରୁ ବଢି ଏବେ ୨୮ ଟଙ୍କା ହୋଇଛି। ଅମୂଲ ତାଜା (Amul Taaza) ର ୫୦୦ ଗ୍ରାମ ପ୍ୟାକେଟର ଦାମ ୨୧ ରୁ ବୃଦ୍ଧିପାଇ ୨୨ ଟଙ୍କା ହୋଇଛି ।

Image result for milk price hike new delhiସୂଚନା ମୁତାବକ ଅମୂଲ  କ୍ଷୀର ଭଳି ମଦର ଡେଏରୀ (Mother Dairy) ମଧ୍ୟ ୧୫ ଡିସେମ୍ବର ୨୦୧୯ରୁ କ୍ଷୀରର ଦାମରେ ୩ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତି ନେଇଛି। ମଦର ଡେଏରୀ ଦିଲ୍ଲୀ ସହରରେ ପ୍ରତ୍ୟେକ ଦିନ ପ୍ରାୟତଃ ୩୦ ଲକ୍ଷ ଲିଟର କ୍ଷୀର ସପ୍ଲାଇ କରିଥାଏ। ଏଥିରେ ୮ ଲକ୍ଷ ଲିଟର କ୍ଷୀର ଗାଈ  ଠାରୁ  ଆମଦାନୀ  କରାଯାଇଥାଏ। ଅମୂଲ କମ୍ପାନୀ ତରଫରୁ ଜାରୀ ବିଜ୍ଞପ୍ତି ମୁତାବକ, ଦିଲ୍ଲୀ ଏନସିଆର, ପଶ୍ଚିମ ବଙ୍ଗ, ମହାରାଷ୍ଟ୍ର, ମୁମ୍ବାଇ, ଅହମ୍ମଦାବାଦରେ୧୫ ଡିସେମ୍ବରରୁ କ୍ଷୀରର ଦର ୨ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ଦର ବଢ଼ାଇବାକୁ ନିଷ୍ପତି ନେଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.