ରେଲୱେ ପରେ ଏବେ ୧୯ ମେ’ରୁ ସ୍ୱତନ୍ତ୍ର ଘରୋଇ ବିମାନ ସେବା ଆରମ୍ଭ କରିବ ଏୟାର ଇଣ୍ଡିଆ, ଭୁବନେଶ୍ୱରରୁ ଉଡିବ ଗୋଟିଏ ଫ୍ଲାଇଟ

ରେଲୱେ ଭଳି ଏବେ ଏୟାର ଇଣ୍ଡିଆ ମଧ୍ୟ ଲୋକଙ୍କୁ ଘରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଘରୋଇ ବିମାନ ସେବା ଆରମ୍ଭ କରିବାକୁ ଯାଉଛି। ମେ’ 19ରୁ ଜୁନ 2 ଭିତରେ ଏହି ବିମାନଗୁଡ଼ିକ ଚଳାଚଳ କରିବ। ସେଥିମଧ୍ୟରୁ ଅଧିକାଂଶ ବିମାନ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରୁ ଉଡାଣ ଭରିବ।

ଗଣମାଧ୍ୟମର ଖବର ମୁତାବକ, ଚେନ୍ନାଇ ପାଇଁ କେବଳ ଗୋଟିଏ ବିମାନର ସୁବିଧା ଦିଆଯାଇଛି। ଏହା 19 ମେ’ରେ କୋଚିରୁ ଚେନ୍ନାଇ ପାଇଁ ଉଡାଣ ଭରିବ। ଏହାଛଡ଼ା ଦିଲ୍ଲୀ ପାଇଁ 173, ମୁମ୍ବାଇ ପାଇଁ 40, ହାଇଦ୍ରାବାଦ ପାଇଁ 25 ଏବଂ କୋଚି ପାଇଁ 12ଟି ବିମାନର ବ୍ୟବସ୍ଥା କରାଯାଇଛି।

3

ଦିଲ୍ଲୀରୁ ଯେଉଁ ବିମାନଗୁଡିକ ଉଡାଣ ଭରିବ, ସେଗୁଡିକ ଅମୃତସର, ବେଙ୍ଗାଲୁରୁ, ଗୟା, ହାଇଦ୍ରାବାଦ, ଜୟପୁର, ଅହମ୍ମଦାବାଦ, କୋଚି, ବିଜୟୱାଡା, ଲଖନଉ ଏବଂ କିଛି ଅନ୍ୟ ସହରକୁ ମଧ୍ୟ ଯିବ। ସେହିପରି ମୁମ୍ବାଇରୁ ଉଡାଣ ଭରିବାକୁ ଥିବା ଏୟାର ଇଣ୍ଡିଆର ଫ୍ଲାଇଟଗୁଡିକ ଅହମ୍ମଦାବାଦ, ହାଇଦ୍ରାବାଦ, କୋଚି, ବେଙ୍ଗାଲୁରୁ, ବିଜୟୱାଡା ଏବଂ ବିଶାଖାପାଟଣା ପାଇଁ ଯିବ।

ଏହାଛଡ଼ା ହାଇଦ୍ରାବାଦରୁ ମୁମ୍ବାଇ ଏବଂ ଦିଲ୍ଲୀ ପାଇଁ ମଧ୍ୟ ବିମାନ ଉଡ଼ାଯିବ। ବେଙ୍ଗାଲୁରୁରୁ ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦ ପାଇଁ ଫ୍ଲାଇଟସ ଉପଲବ୍ଧ ରହିବ। ଏହାସହିତ ଭୁବନେଶ୍ୱରରୁ ଗୋଟିଏ ବିମାନ ବେଙ୍ଗାଲୁରୁ ଦେଇ ଯିବ।

2

ତେବେ ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି, ଏହି ସ୍ୱତନ୍ତ୍ର ବିମାନଗୁଡିକୁ 15 ମେ’ରୁ ଆରମ୍ଭ କରାଯିବାର ଯୋଜନା ଥିଲା। କିନ୍ତୁ ପରେ ଏହାକୁ 17 ମେ’ ପର୍ଯ୍ୟନ୍ତ ଟାଳି ଦିଆଯାଇଥିଲା। ଲକଡାଉନର ତୃତୀୟ ପର୍ଯ୍ୟାୟ 17 ମେ’ରେ ସରୁଛି। ଏଥିପାଇଁ 19 ମେ’ରୁ ବିମାନ ସଞ୍ଚାଳନ ଆରମ୍ଭ କରାଯାଇ ପାରିବ। ସରକାରଙ୍କଠୁ ମଞ୍ଜୁରୀ ମିଳିବା ପରେ ଏୟାରଲାଇନ ସାଇଟରୁ ଟିକେଟ ବୁକିଙ୍ଗ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.