Below header

କରୋନାକୁ ଦୃଷ୍ଟିରେ ରଖି ରାଜ୍ୟର ୮୬ ଟି ଜେଲରୁ ୭ ହଜାର ୨୫୫ ବିଚାରଧୀନ ବନ୍ଦୀଙ୍କୁ ପ୍ରଦାନ କରାଗଲା ଜାମିନ

କରୋନାକୁ ଦୃଷ୍ଟିରେ ରଖି ରାଜ୍ୟର ୮୬ ଟି ଜେଲରୁ ୭ ହଜାର ୨୫୫ ବିଚାରଧୀନ ବନ୍ଦୀଙ୍କୁ ଜାମିନ ପ୍ରଦାନ କରାଯାଇଛି । ୩୮୯ ଜଣ କଏଦୀଙ୍କୁ ଜେଲ କତ୍ତୃପକ୍ଷ ବଣ୍ଡରେ ଛାଡିଛନ୍ତି । ଏକ ହଜାର ୧୬୨ ଜଣ କଏଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଛଅ ହଜାର ୮୬୬ ଜଣ କଏଦୀଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।  ଏକ ରିପୋର୍ଟ ମୁତାବକ ବର୍ତ୍ତମାନ ସମୟରେ  ମାସକୁ ପ୍ରାୟ ୫ ହଜାର ୮୦୦ କଏଦୀ ଜେଲ ଯାଉଛନ୍ତି । କହିରଖିବା ଉଚିତ ହେବକି ପୂର୍ବରୁ ଜୁନ ୧୮ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଅଗ୍ରୀମ ଜାମିନ ମିଆଦ ବଢାଇଥିଲେ ।

୧୩ ମେ ସୁଦ୍ଧା ୧୬ ହଜାର ୯୩୧ ଜଣ କଏଦୀ ୮୬ଟି ଜେଲରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୨୭ ଜଣ ମହିଳାଙ୍କ ସମେତ ୩ ହଜାର ୭୨୫ ଜଣ କଏଦୀ ସଜ୍ଜା ପାଇ ସାରିଛନ୍ତି ।ସଂକ୍ରମଣରୁ କଏଦୀଙ୍କୁ ରକ୍ଷା କରିବା ପାଇଁ ପୂର୍ବରୁ ସୁପ୍ରିମ କୋର୍ଟଙ୍କ ତରଫରୁ କଏଦୀଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.