ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ଼! ମେ ୧୬ରେ ନେଇପାରେ ସାଇକ୍ଲୋନିକ୍‌ ଷ୍ଟର୍ମର ଆକାର

ଭୁବନେଶ୍ବର: ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ମେ ୧୬ ତାରିଖରେ ଝଡ଼ ସୃଷ୍ଟିର ଅନୁମାନ କରାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଓ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଲଘୁଚାପ କ୍ଷେତ୍ର ରହିଛି। ଏହା ଘନୀଭୂତ ହୋଇ ମେ ୧୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରରେ ଅବପାତର ରୂପ ନେବ।

ଏହା ଆହୁରି ଘନୀଭୂତ ହୋଇ ୧୬ ତାରିଖ ଦିନ ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ର ବଙ୍ଗୋପ ସାଗରରେ ସାମୁଦ୍ରିକ ଝଡ଼ର ରୂପ ନେବ। ଏହି ଝଡ଼ ୧୭ ତାରିଖ ଯାଏ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏହାପରେ ରିକର୍ଭ ହୋଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.