ମଦ ପିଇବାକୁ ରୋକିବାରୁ ୩୩ ବର୍ଷ ପୂର୍ବେ ମା’କୁ କରିଥିଲା ହତ୍ୟା, ଏବେ ମାରିଦେଲା ପୁଅକୁ

ରାଜଧାନୀ ଦିଲ୍ଲୀରେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି, ଯାହା ଶୁଣିଲେ ଆମେ ନିଶ୍ଚିତ ଚମକି ପଡିବେ। ବାପାକୁ ମଦ ପିଇବାରୁ ପୁଅ ବାରଣ କରିବାରୁ ପୁଅକୁ ଗୁଳି ମାରି ହତ୍ୟା କରିଛି ବାପା। ଏହି ଘଟଣା ଦିଲ୍ଲୀର ବୁଦ୍ଧ ବିହାର ଅଞ୍ଚଳରେ ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

son

ସୂଚନା ମୁତାବକ, ଦିଲ୍ଲୀର ବୁଦ୍ଧ ବିହାର ଅଞ୍ଚଳରେ ଓମପାଲ ନିଜ ପରିବାର ସହିତ ରହୁଥିଲେ। ପ୍ରତିଦିନ ରାତିରେ ଓମପାଲ ନିଜ ଘରେ ବସି ମଦ ପିଅନ୍ତି। ଏଥିପାଇଁ ତାଙ୍କ ପତ୍ନୀ ଏବଂ ୨୮ ବର୍ଷୀୟ ପୁଅ ଅନେକ ବାରଣ କରନ୍ତି। ଏହି ଘଟଣାକୁ ନେଇ ଓମପାଲ ପ୍ରତିଦିନ ନିଜ ପତ୍ନୀଙ୍କ ସହିତ ମାରପିଟ ମଧ୍ୟ କରନ୍ତି। ଘରେ ୨୮ ବର୍ଷୀୟ ପୁଅ ଏହିସବୁ ଦେଖିବା ପରେ ବାପାକୁ ବାରଣ କରିଥିବାରୁ ଓମପାଲ ଉତକ୍ଷିପ୍ତ ହୋଇ ବଲବୀର ଉପରେ ନିଜର ଲାଇସେନ୍ସ ପିସ୍ତଲରେ ଗୁଳି ମାରିଥିଲେ। ଗୁରୁତର ଅବସ୍ଥାରେ ବଲବୀରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

man

ଏହି ଘଟଣାରେ ପୋଲିସ ଓମପାଲକୁ ଗିରଫ କରିବା ପରେ ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଥିଲା। ୩୩ ବର୍ଷ ପରେ ଓମପାଲ ନିଜର ମା’କୁ ମଧ୍ୟ ହତ୍ୟା କରିଥିଲା। ଏମିତି ମଦ ପିଇ ଆସି ଘରେ ସବୁଦିନ ପାଟିତୁଣ୍ଡ କରୁଥିବା ଓମପାଲଙ୍କୁ ଯେତେବେଳେ ମା’ ବାରଣ କରିଥିଲେ ତାଙ୍କୁ ମଧ୍ୟ ଛୁରୀ ମାରି ହତ୍ୟା କରିଥିଲେ। ମା’ ହତ୍ୟା ଆରୋପରେ ତାଙ୍କୁ ଅନେକ ବର୍ଷ ଦଣ୍ଡ ମଧ୍ୟ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.