ମେ’ ୨୦ ପର୍ଯ୍ୟନ୍ତ ସିଡ୍ୟୁଲ୍‌ ଜାରି କଲା ରେଳ ବିଭାଗ, ଦେଖନ୍ତୁ କେଉଁ କେଉଁ ଷ୍ଟେସନ୍‌ରେ ଅଟକିବ ଟ୍ରେନ୍‌

ଦୀର୍ଘଦିନ ପରେ ଭାରତୀୟ ରେଳ ପୁଣି ଥରେ ସେବା ଆରମ୍ଭ କରିଛି। ମେ ୧୨ରୁ ନୂଆଦିଲ୍ଲୀ ରେଳ ଷ୍ଟେସନ୍‌ରୁ ଦେଶର ବିଭିନ୍ନ ସ୍ଥାନକୁ ୧୫ଟି ସ୍ପେଶାଲ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ରେଲେଓ୍ଵ ସ୍ପେଶାଲ ଗାଡ଼ିଗୁଡ଼ିକର ମେ ୨୦ ପର୍ଯ୍ୟନ୍ତ ସିଡ୍ୟୁଲ ଜାରି କରିଛି। ଏହି ଟ୍ରେନ୍‌ଗୁଡ଼ିକ ରାସ୍ତାରେ କେଉଁ କେଉଁ ଷ୍ଟେସନ୍‌ରେ ଅଟକିବେ ରେଳ ବିଭାଗ ତାହାର ଲିଷ୍ଟ ଜାରି କରିଛି।

ରେଳ ବିଭାଗ ତରଫରୁ କୁହାଯାଇଛି ଯେ ରେଳ ଚଳାଚଳ ଏବେ ପୂର୍ବ ଭଳି ରହିବ ନାହିଁ। ଏବେ ସାମାଜିକ ଦୂରତ୍ୱକୁ ବିଶେଷ ଗୁରୁତ୍ୱ ଦିଆଯିବ। ଏଥିସହ ମେଡିକାଲ ପ୍ରୋଟୋକଲକୁ ଫଲୋ କରି ଟ୍ରେନ୍‌ ଚଳାଚଳ କରାଯିବ। ଏଣୁ ଟ୍ରେନ୍‌ ଚଳାଚଳର ପ୍ରାୟ ୨ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ଷ୍ଟେସନ୍‌ରେ ପହଞ୍ଚିବାକୁ ପଡ଼ିବ।

ଦେଖନ୍ତୁ କେଉଁ ଟ୍ରେନ୍‌ କେଉଁ ଷ୍ଟେସନ୍‌ରେ ଅଟକିବ:

train

କେଉଁ ସହରରେ ଚାଳିବ ଟ୍ରେନ୍‌:

ଦେଶର ଆସାମର ଦେବ୍ରୁଗଡ଼, ତ୍ରିପୁରାର ଅଗରତାଲା, କଲିକତାର ହାଓ୍ଵଡ଼ା, ବିହାରର ପାଟନା, ଛତିଶଗଡ଼ର ବିଳାସପୁର, ଝାଡ଼ଖଣ୍ଡର ରାଞ୍ଚି, ଓଡ଼ିଶାର ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ତିରୁଭନନ୍ତପୁରମ୍‌, ମଣ୍ଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ ଓ ଜମ୍ମୁ-ତବୀରୁ ରେଳ ଚଳାଚଳ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.