AIIMS ରେ ନର୍ସିଂ ଏବଂ ଗ୍ରାଜୁଏଟସଙ୍କ ପାଇଁ ଖାଲିପଡିଛି ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

AIIMS ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଏମ୍‌ସରେ ବିଭିନ୍ନ ପଦ ପାଇଁ ସରକାରୀ ଚାକିରିର ଅଧିସୂଚନା ଜାରି କରାଯାଇଛି।  ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା, ବିଲାସପୁରରେ ଖାଲିପଡିଛି ଅନେକ ପଦବୀ। ଏଠାରେ ଷ୍ଟାଫ ନର୍ସ ଏବଂ ପର୍ସନାଲ ଆସିଷ୍ଟାଣ୍ଟ ସହିତଅନେକ ପଦବୀ ଖାଲିପଡିଛି। ଏହି ପଦବୀ ପାଇଁ ପ୍ରାର୍ଥୀ ରେଜିଷ୍ଟ୍ରେଟ୍‌ ଡାକ ଜରିଆରି ୨୮ ଏପ୍ରିଲ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏଠାରେ ୩୪ ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ aiimsbilaspur.edu.in କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ : ୩୪

ଷ୍ଟାଫ ନର୍ସ ଗ୍ରେଡ ୧: ୨୦

ମେଡିକାଲ ସୁପରିଡେଣ୍ଡେଣ୍ଟ: ୧

ଫାଇନାନ୍ସିଆଲ ଆଡଭାଇଜର: ୧

ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଅଫ ଏଗ୍ଜାମିନେସନ: ୧

ଆକାଉଣ୍ଟ ଅଫିସର: ୧

ଲାଇବ୍ରେରିଆନ: ୧

ପର୍ସନାଲ ଆସିଷ୍ଟାଣ୍ଟ : ୨

ନର୍ସିଂ ସୁପରିଟେଣ୍ଡେଣ୍ଟ: ୨

ଏଗ୍ଜିକ୍ୟୁଟିଭ ଇଂଜିନିୟର (ସିଭିଲ): ୧

ଏଗ୍ଜିକ୍ୟୁଟିଭ ଇଂଜିନିୟର(ଇଲେକ୍ଟ୍ରିକାଲ) :୧

ଜୁନିଅର ଆଡମିନିଷ୍ଟ୍ରେଟିଭ ଅଫିସର: ୧

ହଷ୍ଟେଲ ଓ୍ଵାଡେନ: ୨

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୯ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୮ ଏପ୍ରିଲ ସନ୍ଧ୍ୟା ୫ଟା ଯାଏଁ ରହିଛି।

ଶିକ୍ଷାଗତ ଯୋଗ୍ୟତା : ଷ୍ଟାଫ ନର୍ସ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ବିଏସସି ନର୍ସିଂ କିମ୍ବା ପୋଷ୍ଟ ବେସିକ ନର୍ସିଂ ଡିଗ୍ରୀ ରହିଥିବା ଜରୁରୀ।
ହଷ୍ଟେଲ ଓ୍ଵାଡେନ ପଦ ପାଇଁ ଆବେଦନକାରୀଙ୍କ ପାଖରେ ଗ୍ରାଜୁଏସନ ଡିଗ୍ରୀ ରହିବା ଜରୁରୀ। ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ।

ବୟସ ସୀମା : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ଅଧିକତମ ବୟସ ୫୬ ବର୍ଷ ହେବା ଜରୁରୀ।

କେମିତି କରିବେ ଆବେଦନ : ଆବେଦନକାରୀ ନୋଟିଫିକେସନ ସହିତ ଆବେଦନ ଫର୍ମକୁ ଡାଉନଲୋଡ କରି ପୂରଣ କରିବେ। ଆବେଦନ ଫର୍ମ ପୂରଣ କରିବା ପରେ ନିମ୍ନଲିଖିତ ଠିକଣାରେ ସ୍ପିଡ ପୋଷ୍ଟ କରିବାକୁ ଅନୁରୋଧ।

Deputy Director (Administration), All India Institute of Medical Sciences, Bilaspur, Himachal Pradesh 174001.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.