ଛଟେଇ ପରେ ଖୁସି ଖବର, ଏୟାର ଇଣ୍ଡିଆ ଏକ୍ସପ୍ରେସରେ ୫୦୦ରୁ ଅଧିକ ଭର୍ତ୍ତି

ଏୟାର ଇଣ୍ଡିଆ ଏକ୍ସପ୍ରେସରେ ୫୦୦ରୁ ଅଧିକ ଭର୍ତ୍ତି । ୨୮୦ ପାଇଲଟ ଏବଂ ୨୫୦ରୁ ଅଧିକ କ୍ୟାବିନ କ୍ରୁଙ୍କୁ ଚାକିରି ହେବ ଏୟାର ଇଣ୍ଡିଆ ଏକ୍ସପ୍ରେସ।

ବୈଷୟିକ ମାନ୍ଦାବସ୍ଥା କାରଣ ଯୋଗୁଁ ସମେତ ସମଗ୍ର ଦୁନିଆରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅନେକ ବଡ ଏୟାରଲାଇନ୍ସ କମ୍ପାନୀ କର୍ମଚାରୀ ଛଟେଇ କରୁଛନ୍ତି । ଭାରତରେ ଗୋ ଫାଷ୍ଟ ଏୟାରଲାଇନ୍ସ ମାନ୍ଦାଳିଆ ସ୍ଥିତି ଦେଇ ଗତି କରୁଥିବା ବେଳେ ଟାଟା ଗ୍ରୁପ ଏକ ନୂଆ ଆଶା ଆଣିଛି । ଟାଟା ଗ୍ରୁପର ଏୟାର ଇଣ୍ଡିଆ ଏକ୍ସପ୍ରେସ ପ୍ରଚୁର ମାତ୍ରାରେ ଚାକିରି ଦେବା ପାଇଁ ଯୋଜନା କରୁଛି । ଏୟାର ଇଣ୍ଡିଆ ବଜେଟ ଇଣ୍ଟରନ୍ୟାସନାଲ ସର୍ଭିସ ପ୍ରଦାନ କରୁଥିବା ଏୟାରଲାଇନ୍ସ ଏୟାର ଇଣ୍ଡିଆ ଏକ୍ସପ୍ରେସ ୫୦୦ରୁ ଅଧିକ କର୍ମଚାରୀଙ୍କୁ ଭର୍ତ୍ତି କରିବ ।

ଖବର ମୁତବାକ, ଏୟାର ଇଣ୍ଡିଆ ଏକ୍ସପ୍ରେସ କମ୍ପାନୀ ୨୮୦ ପାଇଲଟ ଏବଂ ୨୫୦ କ୍ୟାବିନ କ୍ରୁ ସଦସ୍ୟଙ୍କୁ ନିଯୁକ୍ତି ଦେବ । ଦିଲ୍ଲୀ, ବେଙ୍ଗାଲୁର, ମୁମ୍ବାଇରେ ଆୟୋଜିତ ହୋଇଥିବା ଏହି ଭର୍ତ୍ତି ଅଭିଯାନରେ କମ୍ପାନୀ ୨୮୦ ପାଇଲଟ ସମେତ ୫୩୦ ଲୋକଙ୍କ ହାଏରିଂ କରିବ । ଜାନୁଆରୀ ୨୦୨୨ରେ ଟାଟା ଗ୍ରୁପ ଏୟାରଇଣ୍ଡିଆ ସହିତ ସବସିଡିରୀ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଅଧିଗ୍ରହଣ କରିଥିଲା ।

ଟାଟା ସମୂହ ଅଧିଗ୍ରହଣ କରିବା ପରେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ସର୍ଭିସକୁ ବଢାଇବାକୁ ଚେଷ୍ଟା କରାଯାଉଛି । ଏହାସହିତ କମ୍ପାନୀ ଅଲଗା ଅଲଗା ରୁଟରେ ଅଧିକ ବିମାନ ଚଳାଚଳ ପାଇଁ ଚେଷ୍ଟା କରୁଛି । ଅଧିକ ପାଇଲଟ ଏବଂ କ୍ରୁ ମେମ୍ବର୍ସର ଆବଶ୍ୟକତା ପଡିବ । କମ୍ପାନୀ କାମକୁ ବଢାଇବା ପାଇଁ ଅକ୍ଟୋବର ୨୦୨୨ରୁ ପ୍ରୟାସ କରୁଛନ୍ତି । ଏହି କାରଣ ଯୋଗୁଁ ଏୟାରଲାଇନ୍ସ ପାଇଲଟ ଏବଂ କ୍ରୁ ମେମ୍ବର ପାଇଁ ଓ୍ଵାକ୍‌ ଇନ ଇଣ୍ଟରଭ୍ୟୁ ରଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.