Below header

ୟୁଜରଙ୍କ ପାଇଁ Airtel କମ୍ପାନୀ ଆଣିଲା ଜବରଦସ୍ତ ଅଫର, ଗୋଟିଏ ପ୍ଲାନରେ ମିଳିବ ଚାରୋଟି ସୁବିଧା

ଦେଶର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ନିଜର ଏକ ପ୍ଲାନରେ ଏକ ବଡ ପରିବର୍ତ୍ତନ ଆଣିଛି । କମ୍ପାନୀର ଏହି ପ୍ଲାନରେ ଗ୍ରାହକଙ୍କୁ ଏକାଧିକ ସୁବିଧା ମାନ ମିଳି ପାରିବ । କମ୍ପାନୀ ତରଫରୁ ଦିଆ ଯାଉଥିବା ସୁବିଧା ଗୁଡିକ ଭିତରେ ମୋବାଇଲ, ବ୍ରଡ଼ବ୍ୟାଣ୍ଡ ଓ ଡାଇରେକ୍ଟ ଟୁ ହୋମ ପରି ସେବା ମାନ ସାମିଲ ଅଛି । କହିରଖିବା ଉଚିତ ହେବକି, ବର୍ତ୍ତମାନ ସମୟରେ କମ୍ପାନୀ ଚାରୋଟି “One Airtel” ପ୍ଲାନ ଗୁଡିକର ଅଫର ଦେଉଛି । କିନ୍ତୁ କମ୍ପାନୀ ଦ୍ୱାରା ଦିଆଯାଇଥିବା ପୂର୍ବ ପ୍ଲାନ ଗୁଡିକରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । କମ୍ପାନୀ ନିଜ ୧୩୪୯ ଟଙ୍କିଆ ପ୍ଲାନକୁ ହିଁ ଏକ ନୂତନ ରୂପରେ ଆଣିଛି । ଯେବେକି ନିଜ ୧୩୯୯ ଟଙ୍କିଆ ଓ ୧୮୯୯ ଟଙ୍କିଆ ପ୍ଲାନ ଦର କମ୍ପାନୀ ତରଫରୁ ୧୦୦ ଟଙ୍କା ଲେଖାଏଁ ବଢ଼ାଇ ଦିଆଯାଇଛି ।

airtel new  ଦୁଇ ଗୁଣା ବଢିବ ବ୍ରଡ଼ବ୍ୟାଣ୍ଡ ସ୍ପିଡ଼:

ଏୟାରଟେଲ କମ୍ପାନୀ ନିଜ ପ୍ଲାନ ଗୁଡିକର ଦର ବଢାଇବା ସହିତ ନିଜ ବ୍ରଡ଼ବ୍ୟାଣ୍ଡ ସ୍ପିଡ଼ ବି ବଢ଼ାଇ ଦିଆଯାଇଛି । ଏବେ ୟୁଜର ମାନେ ୨୦୦ Mbps ସ୍ପିଡ଼ର ଲାଭ ଉଠାଇ ପାରିବେ । ଯେବେକି ପୂର୍ବରୁ ଗ୍ରାହକ ମାନଙ୍କୁ ୧୦୦ Mbps ପର୍ଯ୍ୟନ୍ତର ସ୍ପିଡ଼ ଉପଲବ୍ଧ ଥିଲା ।ଏହା ସହ କମ୍ପାନୀ ୮୯୯ ଟଙ୍କିଆ, ୧୩୪୯ ଟଙ୍କିଆ, ୧୪୯୯ ଟଙ୍କିଆ, ୧୯୯୯ ଟଙ୍କିଆ ପ୍ଲାନ ଗୁଡିକୁ ନିଜ ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ କରୁଛି ।ଆଗକୁ ୮୯୯ ଟଙ୍କିଆ ପୋଷ୍ଟପେଡ଼ ମୋବାଇଲ ସର୍ଭିସ ଓ ଡିଟିଏଚ ସର୍ଭିସକୁ କମ୍ବାଇନ କରି ଦିଆଯାଇପାରେ । ଏହି ପ୍ଲାନରେ ୟୁଜରଙ୍କୁ ୭୫ GB ଡାଟା ସମେତ 350 ଟଙ୍କାର ଚ୍ୟାନେଲସ ସୁବିଧା ମଧ୍ୟ ମିଳିଯିବ । ୧୩୪୯ ଟଙ୍କିଆ ପ୍ଲାନରେ ୟୁଜରଙ୍କୁ ୧୫୦ GB ପର୍ଯ୍ୟନ୍ତର ବ୍ରାଉଜ ମଧ୍ୟ କରିପାରିବେ । ଏହା ସହ DTH ସର୍ଭିସ, ଆମାଜନ ପ୍ରାଇମ, ସୁବିଧା ମାନର ଲାଭ ବି ଉଠାଇ ପାଇବେ । ଅନ୍ୟପକ୍ଷରେ ୧୪୯୯ ଟଙ୍କିଆ ପ୍ଲାନ ଗୁଡିକରେ ଗ୍ରାହକ ମାନଙ୍କୁ ୨୦୦ Mbps ସ୍ପିଡ଼ ୩୦୦GB ପର୍ଯ୍ୟନ୍ତ ମିଳିଯିବ ।

ଆଉ ମଧ୍ୟ ଏହି ପ୍ଲାନରେ ୟୁଜର ମାନଙ୍କୁ ଲ୍ୟାଣ୍ଡଲାଇନ ସର୍ଭିସ ସୁବିଧା ମାନ ବି ମିଳିଥାଏ । ଯାହା ସାହାଯ୍ୟରେ ବ୍ୟବହାରକାରୀ ମାନେ ଅନଲିମିଟେଡ଼ କଲର ମଜା ଉଠାଇ ପାରିବେ । ଏହା ବାଦ ଗ୍ରାହକ ମାନେ ଆମଜାନ ପ୍ରାଇମ, ଏୟାରଟେଲ ଏକ୍ସଟରିଂମ ଆଦିକୁ ସବସ୍କ୍ରିପସନ ବି କରିପାରିବେ । ଏହା ସହ ୧୯୯୯ ଟଙ୍କିଆ ପ୍ଲାନରେ ୟୁଜର ମାନେ ମୋବାଇଲ, ଡିଟିଏଚ, ଫାଇବର, ଲ୍ୟାଣ୍ଡଲାଇନ ପରି ଚାରି ଚାରୋଟି ପ୍ଲାନର ମଜା ଉଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.