ଆଜି ଅଣସରରେ ମହାପ୍ରଭୁଙ୍କୁ ହେବ ଓଷ ଲାଗି

ପୁରୀ(କେନ୍ଯୁଜ୍): ଚାଲିଛି ମହାପ୍ରଭୁଙ୍କ ମାନବୀୟ ଲୀଳା । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଜ୍ୱରରେ ପୀଡ଼ିତ ମହାପ୍ରଭୁ । ଅଣସରରେ ଥିବା ମହାପ୍ରଭୁଙ୍କୁ ଆଜି ଓଷ ଲାଗି ହେବ । ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଗତକାଲି ଅନବସର ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କୁ ଫୁଲୁରୀ ତେଲ ଲାଗି କରାଯାଇଥିଲା। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଅସୁସ୍ଥ ହୋଇପଡିଛନ୍ତି ମହାପ୍ରଭୁ । ଏନେଇ ଏବେ ଅଣସର ପିଣ୍ଡିରେ ଅଛନ୍ତି ମହାବାହୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.