Below header

ରଜ ପାଇଁ କୋହଳ ହେଲେ ରାଜ୍ୟ ସରକାର, ହେଲେ ଗୋଟିଏ ଦିନ ପାଇଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଲକ୍‌ଡାଉନ୍‌ରେ ଏଥର ରଜ ମଉଜ ଫିକା ପଡ଼ିବ ବୋଲି ସମସ୍ତେ ଜାଣି ସାରିଛନ୍ତି । ତଥାପି ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି । ରଜ କିଣାକିଣି ପାଇଁ ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲି ରାତ୍ରି କର୍ଫ୍ୟୁରେ ଟିକେ ଢିଲା ଦିଆଯାଇଛି । କାଲି ରାତି ୭ଟା ପରିବର୍ତ୍ତେ ୧୦ଟା ପର‌୍ୟ୍ୟନ୍ତ ଲୋକେ ବାହାରେ ନିଜର ସମସ୍ତ କାର‌୍ୟ୍ୟ କରି ପାରିବେ । ଏ ନେଇ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର୍ ସୂଚନା ଦେଇଛନ୍ତି ।

ତେଣୁ ଆସନ୍ତାକାଲି ନାଇଟ୍ କର୍ଫ୍ୟୁ ସମୟ ଆରମ୍ଭ ହେବ ରାତି ୧୦ଟାରୁ । ତେବେ କେବଳ ଏହି ଗୋଟିଏ ଦିନ ପାଇଁ କଟକଣାରେ କୋହଲ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.