ଭୁବନେଶ୍ୱରରୁ ପୁଣି ୨ କରୋନା ପଜିଟିଭ ଚିହ୍ନଟ, ଜଣେ ସୁସ୍ଥ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆପୋଲୋ ହସ୍ପିଟାଲର ଜଣେ ୨୫ ବର୍ଷୀୟ କର୍ମଚାରୀଙ୍କୁ କରୋନା ହୋଇଥିବାବେଳେ ଅନ୍ୟ ଜଣେ ଆକ୍ରାନ୍ତ ନୟାପଲ୍ଲୀ ଅଞ୍ଚଳର ୬୭ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି।

ଅନ୍ଯପଟେ କଳିଙ୍ଗ ବିହାର ଅଞ୍ଚଳର ଜଣେ ୩୦ ବର୍ଷୀୟ ଆକ୍ରାନ୍ତ ଯୁବକ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି, ରାଜ୍ଯରେ ଆଜି ସକାଳେ ୧୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ଯା ୩୩୮୬କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରେ ୧୩୪ ଜଣ କ୍ବାରେଣ୍ଟାଇନରେ ଥିବାବେଳେ ୨ଜଣ ସ୍ଥାନୀୟ ବାସିନ୍ଦା । ଏନେଇ ରାଜ୍ଯ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.