Below header

ଖୋର୍ଦ୍ଧା: ରଜ ଉତ୍ସବରେ ବରୁଣେଇ ଓ ଉଗ୍ରତାରାଙ୍କ ପୀଠରେ ୧୪ରୁ ୨୦ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ

ଖୋର୍ଦ୍ଧା(କେନ୍ଯୁଜ୍): କରୋନା ରୋଗ ଯେଭଳି ଗୋଷ୍ଠୀ ସଂକ୍ରମିତ ନ ହୁଏ, ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ରଜ ଉତ୍ସବ ସମୟରେ ଜିଲ୍ଲାର ବରୁଣେଇ ଓ ଉଗ୍ରତାରାଙ୍କ ପୀଠରେ ଜନ ସମାଗମ ନ ହେବା ପାଇଁ ୧୪ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି ।

aa11କରୋନା ସଂକ୍ରମଣକୁ ଏଡାଇବା ପାଇଁ ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ବରୂପ ରାଜରାସ୍ତାରେ ଲୋକଙ୍କ ଖୋଲାରେ ଖାଇବା ଉପରେ କଟକଣା ଜାରି ହୋଇଛି । କେବଳ ପାର୍ସଲ ନେଇପାରିବେ । କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଫାଷ୍ଟଫୁଡ, ଜଳଖିଆ,ଗୁପଚୁପ, ଚାଟ, ଦହିବରା ଆଳୁଦମ, ବ୍ୟବସାୟୀଙ୍କୁ ଏନେଇ ସତର୍କ କରାଯାଇଛି । କୋଭିଡ ନିୟମ ଅନୁଯାୟୀ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରଖି ବ୍ୟବସାୟୀମାନେ କେବଳ ପାର୍ସଲ ଦେଇପାରିବେ ।

ugrataraଦୋକାନ ନିକଟରେ ଗ୍ରାହକମାନେ ଛିଡ଼ା ହୋଇ ଖାଉଥିବାର ନଜର ଆସିଲେ ଆଇନ ଅନୁଯାୟୀ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଜରିମାନା ଆଦାୟ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏନେଇ ଚଳିତ ବର୍ଷ ରଜ ମହୋତ୍ସବ ଫିକା ପଡ଼ିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.