Below header

Airtelର ଏହି ଜବରଦସ୍ତ ପ୍ଲାନ ଗୁଡିକରେ ମିଳୁଛି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଜୀବନ ବୀମା ସୁବିଧା

ଅଧିକରୁ ଅଧିକ ଗ୍ରାହକ ମାନଙ୍କୁ ଯୋଡିବା ପାଇଁ ବିଭିନ୍ନ ଟେଲିକମ କମ୍ପାନୀ ଅନେକ ପ୍ଲାନ ଗୁଡିକୁ ଲଂଚ କରିଥାନ୍ତି । ଯେଉଁ ଥିରେ ଅନଲିମିଟେଡ଼ କଲିଙ୍ଗ ସହିତ ଡାଟା ସୁବିଧା ବି ମିଳିଥାଏ । ଏହି ସମୟରେ ଭାରତୀ ଏୟାରଟେଲ କମ୍ପାନୀ ନିଜ ଉପଭୋକ୍ତା ମାନଙ୍କୁ ଅକ୍ରୁସ୍ତ କରିବା ପାଇଁ ନିଜ ପ୍ରି-ପେଡ ପ୍ଲାନ ଗୁଡିକ ସହିତ ଅଧିକ କିଛି ସୁବିଧା ମାନ ଲଂଚ କରିଛି । ଯାହାକି ଦେଶର ଅନ୍ୟ କମ୍ପାନୀ ଗୁଡିକ ଏପର୍ଯ୍ୟନ୍ତ ଦେଇପାରି ନାହାନ୍ତି । ତେବେ ଆସନ୍ତୁ ଜାଣିବା ଏୟାରଟେଲ କମ୍ପାନୀର ପ୍ରି-ପେଡ ପ୍ଲାନ ସହିତ ମିଳୁଥିବା ସେହି ସ୍ପେଶାଲ ପ୍ଲାନ ଗୁଡିକ ବିଷୟରେ ।

airtel

ଏୟାରଟେଲର ୧୭୯ ଟଙ୍କିଆ ପ୍ଲାନ:

କମ୍ପାନୀ ନିଜର ଏହି ପ୍ଲାନ ସହିତ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ମଧ୍ୟ ଯୋଗାଉଛି । ଏହାବାଦ ୟୁଜର ମାନଙ୍କୁ ଏଥିରେ ଅନଲିମିଟେଡ଼ କଳିଙ୍ଗ, ୨ ଜିବି ଡାଟା ସମେତ ୩୦୦ ଏସଏମଏସର ସୁବିଧା ମଧ୍ୟ ମିଳିପାରିବ । ଏହାବାଦ ବ୍ୟବହାରକାରୀଙ୍କୁ ହେଲୋ ଟ୍ୟୁନ, ବିଙ୍କ ମ୍ୟୁଜିକର ସବସ୍କ୍ରିପସନ ବି ମାଗଣାରେ ମିଳିପାରିବ । ଏହି ପ୍ୟାକର ସମୟ ସୀମା ୨୮ ଦିନ ପର୍ଯ୍ୟନ୍ତ ହିଁ ରହିବ ।

 

airtel

ଏୟାରଟେଲର ୨୭୯ ଟଙ୍କିଆ ପ୍ଲାନ:

ଏୟାରଟେଲ କମ୍ପାନୀ ନିଜ ୟୁଜର୍ସଙ୍କୁ ଏହି ପ୍ଲାନ ଜରିଆରେ ୪ ଲକ୍ଷ ଟଙ୍କାର ଜୀବନ ବୀମା ଅଫର ଦେଉଛି । ୟୁଜର୍ସଙ୍କୁ ଏଥିରେ ଅନଲିମିଟେଡ଼ କଳିଙ୍ଗ, ପ୍ରତିଦିନ ୧.୫ ଜିବି ଡାଟା ସମେତ ୧୦୦ ଏସଏମଏସର ସୁବିଧା ବି ମିଳିପାରିବ ।

ଏୟାରଟେଲର ୩୪୯ ଟଙ୍କିଆ ପ୍ଲାନ:

କମ୍ପାନୀ ନିଜ ଏହି ପ୍ଲାନର ଦର ୩୪୯ ଟଙ୍କା ରଖିଛି । ୟୁଜର୍ସଙ୍କୁ ଏହି ପ୍ଲାନରେ ଆମାଜନ ପ୍ରାଇମ ସବସ୍କ୍ରିପସନର ସୁବିଧା ବି ମିଳିପାରିବ । ଏସବୁ ବ୍ୟତୀତ କମ୍ପାନୀ ଏୟାରଟେଲ ଏକ୍ସ ଟ୍ରିମ ସମେତ ବିଙ୍କ ମ୍ୟୁଜିକର ମାଗଣା ସବସ୍କ୍ରିପସନ ବି ମିଳିପାରିବ । ୟୁଜରଙ୍କୁ ଅନ୍ୟ ସୁବିଧା ସହିତ ୨୮ ଦିନର ବୈଧତା, ଅନଲିମିଟେଡ଼ କଳିଙ୍ଗ, ପ୍ରତିଦିନ ୨ ଯିବି ଡାଟା ସମେତ ୧୦୦ ଏସଏମଏସର ସୁବିଧା ବି ମିଳିଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.