ଓକିଲଙ୍କୁ ଅଯୋଗ୍ୟ କହିବା ପଡ଼ିଲା ମହଙ୍ଗା, ସୋଏବ ଅଖତରଙ୍କ ନାଁରେ ମାନହାନି ମକଦ୍ଦମା ରୁଜୁ

ପାକିସ୍ତାନ ଟିମର ପୂର୍ବତନ ସ୍ପିଡ ବୋଲର ସୋଏବ ଅଖତର ସବୁ ବିଷୟ ଉପରେ ନିଜର ଖୋଲାଖୋଲି ମତ ରଖିଥାନ୍ତି। ଖାସ୍ କରି କ୍ରିକେଟ ସମ୍ପର୍କରେ ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଖୋଲାଖୋଲି ଭାବେ ଚର୍ଚ୍ଚା କରିଥାନ୍ତି। ଏହି ବୟାନ ଯୋଗୁ ପୂର୍ବରୁ ମଧ୍ୟ ବିବାଦରେ ଫସିଥିବା ସୋଏବ ପୁଣିଥରେ ଅସୁବିଧାରେ ପଡ଼ିଛନ୍ତି। ବିବାଦୀୟ ବୟାନ ଯୋଗୁ ଏଥରକ ପାକିସ୍ତାନ କ୍ରିକେଟ ବୋର୍ଡର ଆଇନ ପରାମର୍ଶଦାତା ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

हार से झल्लाए अख्तर बोले- पाकिस्तान ...

ନିକଟରେ ସୋଏବ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡ଼ିଓରେ ସେ ପାକିସ୍ତାନୀ କ୍ରିକେଟର ଉମର ଅକମଲଙ୍କ ଉପରେ ପିସିବି ତରଫରୁ ଲଗାଯାଇଥିବା ପ୍ରତିବନ୍ଧକ ସମ୍ପର୍କରେ ଚର୍ଚ୍ଚା କରିଥିଲେ। ଏଥିରେ ସେ ପିସିବିର ଆଇନ ପରାମର୍ଶଦାତା ତଫଜ୍ଜୁଲ ରିଜବୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେ ରିଜବୀଙ୍କୁ ଅଯୋଗ୍ୟ ଓ “ଦୋ ଟକେ କା ବକିଲ” କହିଥିଲେ।

Video Courtesy: Shoaib Akhtar

ଏହାକୁ ବିରୋଧ କରି ରିଜବୀ ସୋଏବଙ୍କ ବିରୋଧରେ ଥାନାରେ ମାନହାନି ମକଦ୍ଦମା କରିଥିବା ଜଣାଯାଇଛି। ଏଥିସହ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସିରେ ମଧ୍ୟ ସାଇବର କ୍ରାଇମ ନେଇ ମାମଲା ରୁଜୁ କରିଛନ୍ତି। ଏନେଇ ପିସିବି ନିଜ ବୟାନରେ କହିଛି ଯେ ଅଖତରଙ୍କ ଦ୍ଵାରା ବ୍ୟବହାର କରାଯାଇଥିବା ଶବ୍ଦ ନିରାଶାଜନକ। ସେ ଯେଉଁ ଭାଷା ବ୍ୟବହାର କରିଛନ୍ତି ତାହା ଅପମାନଜନକ ଓ ସଭ୍ୟ ସମାଜରେ ଏଭଳି ଭାଷା ବ୍ୟବହାର କରାଯାଏ ନାହିଁ ବୋଲି କହିଛି ପିସିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.