ପୁତ୍ର ସନ୍ତାନ ଜନ୍ମ ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାବିପତ୍ନୀ, ଉଭୟେ ସୁସ୍ଥ ଥିବା ସୂଚନା

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାବି ପତ୍ନୀ କୈରୀ ସାଇମଣ୍ଡସ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଲଣ୍ଡନର ଏକ ସରକାରୀ ହସ୍ପିଟାଲରେ ବୁଧବାର ଦିନ ସେ ସନ୍ତାନ ପ୍ରସବ କରିଛନ୍ତି। ମା ଓ ଛୁଆ ଉଭୟ ସୁସ୍ଥ ଥିବା ଜଣାଯାଇଛି। ନିକଟରେ କରୋନାରୁ ସୁସ୍ଥ ହୋଇଥିବା ଜନସନ ମଧ୍ୟ ମେଡିକାଲରେ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।

ଏନେଇ ତାଙ୍କର ଜଣେ ପ୍ରବକ୍ତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ସାଇମଣ୍ଡସ ତାଙ୍କ ଶିଶୁ ଜନ୍ମ ବିଷୟରେ ସୂଚନା ଦେଇ ଖୁବ ଖୁସି ଅଛନ୍ତି। ଆଜି ସକାଳେ ଲଣ୍ଡନର ଏକ ହସ୍ପିଟାଲରେ ସାଇମଣ୍ଡସ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରବକ୍ତା କହିଛନ୍ତି ଯେ ମା ଓ ଛୁଆ ଉଭୟ ସୁସ୍ଥ ଅଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଉଭୟ ଡାକ୍ତର ଓ ନର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Boris Johnson, Carrie Symonds, and a baby in a very exclusive club ...

ଏହି ଯୋଡ଼ି ଫେବୃଆରୀ ଶେଷ ସପ୍ତାହରେ ନିଜ ନିର୍ବନ୍ଧ ବିଷୟରେ ଘୋଷଣା କରିଥିଲେ। ସେତେବେଳେ ଉଭୟେ ମାତା ପିତା ହେବାକୁ ଯାଉଥିବା ଜାଣିବାକୁ ପାଇଥିଲେ। ଶିଶୁ ଜନ୍ମ ପରେ ଉଭୟଙ୍କୁ ସୋସିଆଲ ମିଡିଆରେ ଶୁଭକାମନା ମିଳୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.