ଆଶ୍ଚର୍ଯ୍ୟ ହେଲେ ବି ସତ ! ଏକା ଥରକେ ୫ଟି ସନ୍ତାନ ଜନ୍ମ କଲେ ମହିଳା

ଉତ୍ତରପ୍ରଦେଶର ବାରଂବକିରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। କରୋନା ଭାଇରସ ପାଇଁ ଜାରି ରହୁଥିବା ଲକଡାଉନ ମଧ୍ୟରେ ଜଣେ କୃଷକର ପତ୍ନୀ ୫ଟି ଛୁଆ ଜନ୍ମ ଦେଇଛନ୍ତି। ଏହି ୫ଜଣ ସନ୍ତାନଙ୍କ ମଧରେ ୩ଟି ଝିଅ ଏବଂ ୨ଟି ପୁଅ ଜନ୍ମ ହୋଇଛନ୍ତି।

କୂତଲୁପୁର ନିବାସୀ କୁନ୍ଦନଙ୍କ ପତ୍ନୀ ଅନିତା ୯ ମାସର ଗର୍ଭବତୀ ଥିଲେ। ସୂଚନା ମୁତାବକ ମହିଳା ଜଣକ ଏକାଠି ୫ ଟି ଶିଶୁ ଜନ୍ମ କରିଥିବାରୁ ଏହି ଶିଶୁମାନଙ୍କ ଓଜନ ସାମାନ୍ୟରୁ କମ ରହିଛି। ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକ୍ଷକ କିଶୋରଙ୍କ କହିବାନୁଯାୟୀ, ବର୍ତ୍ତମାନ ମା-ପିଲା ସୁସ୍ଥ ରହିଛନ୍ତି ଏବଂ ସେମାନଙ୍କର ଚିକିତ୍ସା ମଧ୍ୟ ଜାରି ରହିଛି।

ଶିଶୁଙ୍କୁ ଜନ୍ମ ଦେଇଥିବା ମା ଅନିତା ଗୌତମ କହିଛନ୍ତି, ଆମେ ବହୁତ ଖୁସି ଅଛୁ କିନ୍ତୁ ଚିନ୍ତା ମଧ୍ୟ ବଢି ଯାଇଛି। କାରଣ କିପରି ଏହି ପିଲାମାନଙ୍କ ଦାୟିତ୍ୱ ନିଆଯିବ ତାହା କେବଳ ଭଗବାନ ହିଁ ଜାଣିଥିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.