Below header

ଟିକେଟ ନଥିଲେ ବି ଟ୍ରେନରୁ ଓହ୍ଲାଇପାରିବେନି ଟିଟିଇ, ଜାଣନ୍ତୁ ରେଲୱେର ଏହି ନିୟମ

ଟ୍ରେନରେ ଲଙ୍ଗ୍‌ ଜର୍ଣ୍ଣି କରିବାର ମଜା ଅଲଗା। ଭାରତୀୟ ରେଳରେ ତ ଲମ୍ବା ଯାତ୍ରା କରିବା ସବୁବେଳେ ଆରାମଦାୟକ ରହିଥାଏ। ଯଦି ଆପଣ ମଧ୍ୟ ପ୍ରାୟ ସମୟରେ ଟ୍ରେନରେ ଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କୁ ନିଶ୍ଚିତ ଭାବେ ଭାରତୀୟ ରେଳର କିଛି ନିୟମ ବିଷୟରେ ଜାଣିବା ଉଚିତ। ଯଦି ଆପଣଙ୍କୁ ଏହି ନିୟମ ବିଷୟରେ ଜଣାଥାଏ, ତାହେଲେ କୌଣସି ବି ପରିସ୍ଥିତିରେ ଏହା ଆପଣଙ୍କ କାମରେ ଆସିପାରେ। ରେଳର ନିୟମ ବିଷୟରେ ଜଣାଥିଲେ ସହଯାତ୍ରୀ, ରେଳବାଇ ଷ୍ଟାଫ୍‌ କିମ୍ବ ଅଫିସର ଆପଣଙ୍କ ସାଥିରେ କୌଣସି ଦୁର୍ବ୍ୟବହାର କରିପାରିବେନାହିଁ।

ରେଳବାଇର ଏହି ନିୟମ ଅନୁଯାୟୀ ଯଦି କୌଣସି ମହିଳା ଯାତ୍ରୀ ଟ୍ରେନରେ ଏକାକୀ ଯାତ୍ରା କରୁଛନ୍ତି ଏବଂ ତାଙ୍କ ପାଖରେ ଟିକେଟ ନାହିଁ, ତାହେଲେ ଟିଟିଇ ଚେକିଙ୍ଗ ସମୟରେ ତାଙ୍କୁ ଟ୍ରେନରୁ ଓହ୍ଲାଇ ପାରିବେନି କି କୌଣସି ଷ୍ଟେସନରେ ଓହ୍ଲେଇଯିବାକୁ କହିପାରିବେନାହିଁ। ଏହି ନିୟମ ରେଳ ବୋର୍ଡ ପକ୍ଷରୁ ତିନି ଦଶକ ପୂର୍ବରୁ ଆରମ୍ଭ କରାଯାଇଥିଲା। ମହିଳା ସଶକ୍ତିକରଣ ଅନୁଯାୟୀ ଏବେ ଏହି ନିୟମକୁ କଠୋର ଭାବେ ଲାଗୁ କରିବାକୁ ନିର୍ଣ୍ଣୟ ନିଆଯାଇଛି।

ଏହି ନିୟମ ବିଷୟରେ ରେଳବାଇ ଷ୍ଟାଫଙ୍କୁ ମଧ୍ୟ କମ୍‌ ଜଣାଅଛି। ଏହି ନିୟମକୁ ନେଇ ରେଲୱେ ବୋର୍ଡର ଅଫିସରଙ୍କ କହିଛନ୍ତି ଯେ, ‘ଏକାକୀ ଯାତ୍ରା କରୁଥିବା ମହିଳା ପାସେଞ୍ଜରଙ୍କୁ କୌଣସି ଷ୍ଟେସନ କିମ୍ବା ଜଙ୍କସନରେ ଟ୍ରେନରୁ ତଳକୁ ଓହ୍ଲାଇଗଲେ କୌଣସି ଅଘଟଣ ଘଟିପାରେ। ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏହି ନିୟମକୁ ୧୯୮୯ରେ ବନାଯାଇଥିଲା।

Train
Image Credit: IRCTC

ରେଲୱେର ମାନୁଆଲରେ ଏହା ସ୍ପଷ୍ଟ କରାଯାଇଛି ଯେ ଜଣେ ମହିଳା ଯାତ୍ରୀ ଯଦି ଏକୁଟିଆ ଯାତ୍ରା କରୁଛନ୍ତି ଏବଂ ତାଙ୍କ ପାଖରେ ଟିକେଟ ନାହିଁ ତାହେଲେ ଏପରି ସ୍ଥିତିରେ ଟିଟିଇ ତାଙ୍କୁ କୌଣସି ଷ୍ଟେସନରେ ଓହ୍ଲାଇ ପାରିବେନି। ଆଉ ଏମିତି କରିବା ପୂର୍ବର୍ରୁ ଟିଟିଇଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟାଳୟର କଣ୍ଟ୍ରୋଲ ରୁମକୁ ସୂଚନା ଦେବାକୁ ହେବ। କେବଳ ଏତିକି ନୁହେଁ ଅନ୍ୟ ଟ୍ରେନରେ ଟିକେଟ ସହିତ ବସାଇବାର ଦାୟିତ୍ୱ ଜିଆରପିର ମହିଳା କନଷ୍ଟେବଲଙ୍କର ରହିଥାଏ।

ମହିଳା ସଶକ୍ତିକରଣ ପାଇଁ ରେଲୱେ ଲଗାତର କାମ କରୁଛି। ଏହି ପ୍ରୟାସରେ ମହିଳା ଯାତ୍ରୀଙ୍କ ପାଇଁ ସୁରକ୍ଷା, ସୁରକ୍ଷା ଏବଂ ସୁବିଧାକୁ ଭଲ କରିବା ସାମିଲ ରହିଛି। ରେଲୱେ ବୋର୍ଡ ମହିଳା ସଶକ୍ତିକରଣ ପାଇଁ ଅଲଗା ଅଲଗା ମୋର୍ଚ୍ଚାରେ କାମ କରିବାକୁ ନିର୍ଣ୍ଣୟ ନେଇଛି। ଏଥିରେ ଏକୁଟିଆ ମହିଳା ପାସେଞ୍ଜର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯିବ।

ରେଲୱେ ବୋର୍ଡ ତରଫରୁ କୁହାଯାଇଛି ଯେ ଅନରିଜର୍ଭଡ କୋଚରେ ଭୋଟିଙ୍ଗ ଲିଷ୍ଟରେ ନାମ ଥିଲେ ମଧ୍ୟ ଏକୁଟିଆ ଥିବା ମହିଳାଙ୍କୁ ଟ୍ରେନରୁ ତଳକୁ ଓହ୍ଲାଇପାରିବେନି। ଯଦି ଏକୁଟିଆ ଥିବା ମହିଳା ସ୍ଲିପର ଟିକେଟ ନେଇ ଏସି କୋଚରେ ଯାତ୍ରା କରୁଛନ୍ତି ତାହେଲେ ଟିଟିଇ ତାଙ୍କୁ ସ୍ଲିପରକୁ ଯିବାକୁ ପରାମର୍ଶ ଦେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.