Amazon ଫେଷ୍ଟିଭ ସେଲର ପ୍ରଥମ ଦିନରେ ବିକ୍ରି ହେଲା ୭୫୦ କୋଟି ଟଙ୍କାର ସ୍ମାର୍ଟଫୋନ

ଇ-କମର୍ସ ୱେବସାଇଟରେ ବର୍ତ୍ତମାନ ସେଲର ସିଜିନ ଚାଲିଛି । Amazon Indiaର ଦାବି ଅନୁଯାୟୀ ଚଳିତ ଥର ସେଲରେ ସବୁଠାରୁ ବଡ଼ ଓପନିଂ ହୋଇଛି । ଏହାସହିତ କମ୍ପାନୀର କହିବା ଅନୁଯାୟୀ ମାତ୍ର ୩୬ ଘଣ୍ଟା ମଧ୍ୟରେ ୭୫୦ କୋଟି ଟଙ୍କାର ସ୍ମାର୍ଟଫୋନ ବିକ୍ରି ହୋଇଛି ଏବଂ ବିକ୍ରି କରାଯାଇଥିବା ସ୍ମାର୍ଟଫୋନ କେବଳ ପ୍ରିମିୟମ ସେଗମେଣ୍ଟର ବୋଲି Amazon India ପ୍ରକାଶ କରିଛି ।

Image result for amazon festival sale

କେବଳ Amazon ନୁହେଁ Flipkartରେ ମଧ୍ୟ Big Billion Days ସେଲର ଆରମ୍ଭ ଗତଥର ତୁଳନାରେ ଚଳିତ ଥର ବହୁତ ଭଲ ହୋଇଛି । ସେଲର ପ୍ରଥମ ଦିନର ବିକ୍ରି ବହୁତ ଭଲ ହୋଇଛି ବୋଲି ଏହି ଦୁଇଟି କମ୍ପାନୀ କହିଛନ୍ତି । ସୂଚନା ଅନୁଯାୟୀ Amazon Globalର ସିନିୟର ଭାଇସ ପ୍ରେସିଡେଣ୍ଟ ଏବଂ ଇଣ୍ଡିଆ ହେଡ଼ ଅମିତ ଅଗ୍ରୱାଲ କହିଛନ୍ତି, ଆମାଜନ ପ୍ରାଇମ ପାଇଁ ପ୍ରଥମ ଦିନରେ ହିଁ ସବୁଠାରୁ ଅଧିକ ଲୋକ ସାଇନ ଅପ କରିଛନ୍ତି ଏବଂ କଷ୍ଟମର ଆଣ୍ଡ ରିଟେଲର ପାର୍ଟୀସିପେସନ ମଧ୍ୟ ବହୁତ ଭଲ ରହିଛି । ଏହା Amazon.in ପାଇଁ ସବୁଠାରୁ ବଡ଼ ଓପନିଙ୍ଗ ଅଟେ ।

ଏହାସହ ପଢନ୍ତୁ ସାମସଙ୍ଗ ଉଡାଇଲା Huaweiର ମଜାକ, ଜାଣନ୍ତୁ କାରଣ

Amazonର କହିବା ଅନୁଯାୟୀ ୯୧ ପ୍ରତିଶତ ନୂଆ କଷ୍ଟମର ଟିୟର1 ଓ ଟିୟର2 ସହରର ଅଟନ୍ତି । ଏହି ଗ୍ରାହକମାନଙ୍କ ପାଇଁ ଫ୍ୟାସନ ଏବଂ ସ୍ମାର୍ଟଫୋନ କ୍ୟାଟାଗୋରୀ ଗୁଡିକ ସବୁଠାରୁ ଟପରେ ରହିଛି ବା ଅଧିକାଂଶ ଲୋକ ଏହି ଦୁଇ କାଟାଗୋରୀର ପ୍ରଡକ୍ଟ ଗୁଡିକୁ ଅଧିକ ମାତ୍ରାରେ କିଣୁଛନ୍ତି । ଏହାସହିତ କମ୍ପାନୀର କହିବା ଅନୁଯାୟୀ ଅଧିକାଂଶ ଲୋକ ଆମାଜନର ହିନ୍ଦୀ ପ୍ଲାଟଫର୍ମରୁ ଆସୁଛନ୍ତି । ଆପଣଙ୍କୁ ଏଠାରେ କହିରଖୁଛୁ ଯେ ଚଳିତବର୍ଷ Amazon ନିଜର ଇ-କମର୍ସ ବିଜନେସ ପାଇଁ ହିନ୍ଦୀ ୟୁଜର ଇଣ୍ଟରଫେସ ଆଣିଛି ।

Image result for amazon festival sale

Amazonର ଫେଷ୍ଟିଭ ସେଲର ପ୍ରଥମଦିନରେ OnePlus, Samsung ଏବଂ Appleର ସ୍ମାର୍ଟଫୋନ ଅଧିକ ମାତ୍ରାରେ ବିକ୍ରି ହୋଇଛି ଏବଂ ୩୬ ଘଣ୍ଟା ମଧ୍ୟରେ କମ୍ପାନୀ ପ୍ରିମିୟମ ସେଗମେଣ୍ଟର ସ୍ମାର୍ଟଫୋନରୁ ୭୫୦ କୋଟି ଟଙ୍କାର ବିଜନେସ କରିଛି । ଏହା ବ୍ୟତୀତ ବଡ଼ ଉପକରଣ ଓ ଟିଭି ମଧ୍ୟ ଚଳିତ ଥର ସେଲରେ ରେକର୍ଡ କରାଯାଇଛି ଓ ଅନ୍ୟ ଦିନ ଅନୁସାରେ ଏଥିରେ ୧୦ ଗୁଣା ଅଧିକ ବିକ୍ରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.