Amazon ଏବଂ Flipkart ରେ ଆରମ୍ଭ ହେଲା Republic Day Sale, ବିଭିନ୍ନ ପ୍ରଡକ୍ଟରେ ମିଳୁଛି ଦମଦାର ରିହାତି ଅଫର

ନୂଆଦିଲ୍ଲୀ : ଇକମର୍ସ ୱେବସାଇଟ Amazon ଏବଂ Flipkartରେ ଆଗକୁ ଆସୁଥିବା ଗଣତନ୍ତ୍ର ଦିବସକୁ ନଜରରେ ରଖି ଆରମ୍ଭ ହୋଇଛି ଅଫର। ଏନେଇ ବିଭିନ୍ନ ପ୍ରକାରର ସ୍ମାର୍ଟଫୋନ, ଇଲେକଟ୍ରୋନିକ୍ସ ଗ୍ୟାଜେଟ ଏବଂ ହୋମ ଆପ୍ଳିୟାନ୍ସ ଗୁଡ଼ିକରେ ମିଳୁଛି ଦମଦାର ରିହାତି। ଆମାଜନ ଏହି ଅଫରର ନାମ ଦ ଗ୍ରେଟ ଇଣ୍ଡିଆନ ସେଲ ରଖିଥିବା ବେଳେ ଫ୍ଳିପକାର୍ଟ ଏହାର ନାମ ଦ ରିପବ୍ଳିକ୍ ସେଲ ରଖିଛି। ଆମାଜନର ଅଫର ୨୦ ରୁ ଆରମ୍ଭ ହୋଇ ୨୩ ପର‌୍ୟ୍ୟନ୍ତ ଚାଲୁରହିଥିବା ବେଳେ ଫ୍ଳିପକାର୍ଟର ଅଫର ୨୦ ରୁ ୨୨ ପର‌୍ୟ୍ୟନ୍ତ ରହିବ। ତେବେ ଆମେ ଆଜି ଆପଣଙ୍କୁ ଏହି ସେଲରେ ଜିନିଷ କିଣିବା ପୂର୍ବରୁ କିଛି ଖାସ କଥା କହିବାକୁ ଯାଉଛୁ। ଯାହା ଦ୍ବାରା ଆପଣ ଏହି ସେଲର ଅଧିକ ଫାଇଦା ଉଠାଇ ପାରିବେ।

-ଫ୍ଲିପକାର୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କ କ୍ରେଡିଟ କାର୍ଡ ଥିବା ଗ୍ରାହକଙ୍କୁ ଜିନିଷର ଟ୍ରାଞ୍ଜାକସନରେ ୧୦ ପ୍ରତିଶତର ଇଷ୍ଟାଣ୍ଟ ରିହାତି ପ୍ରଦାନ କରୁଛି। ତେବେ ଏଥିସହ କିଛି ସର୍ତ୍ତ ରହିଛି। ଏଣୁ କିଣିବା ପୂର୍ବରୁ ସେହି ସର୍ତ୍ତ ଗୁଡିକୁ ସଠିକ୍ ଭାବେ ପଢ଼ିବାକୁ ଭୁଲନ୍ତୁ ନାହିଁ।

-ଆମାଜନରେ ଏଚଡିଏଫସି ଡେବିଟ କାର୍ଡ ଏବଂ କ୍ରେଡିଟ କାର୍ଡରେ ଜିନିଷ କିଣିବା ଦ୍ବାରା ନୋ-କଷ୍ଟ ଇଏମଆଇ ଟ୍ରାଞ୍ଜାକସନରେ ୧୦ପ୍ରତିଶତ ରିହାତି ଅଫର ମିଳୁଛି। ତେବେ ଏଥିସହ କିଛି ସର୍ତ୍ତ ମଧ୍ୟ ରହିଛି। କିନ୍ତୁ ଏହି ଅଫରର ଫାଇଦା ଉଠାଇବା ପାଇଁ ଗ୍ରାହକଙ୍କୁ କମ ସେ କମ ୩୦୦୦ହଜାର ଟଙ୍କାର ଜିନିଷ କିଣିବାକୁ ପଡ଼ିବ।

-ଆମାଜନ ଫ୍ୟାସନ ପ୍ରଡ଼କ୍ଟରେ ଗ୍ରାହକଙ୍କୁ ୮୦ ପ୍ରତିଶତର ରିହାତି ମିଳୁଛି। ସେହିପରି ଆମାଜନ ପେ ରୁ ପେମେଣ୍ଟ କରିବା ଦ୍ବାରା ୧୦ ପ୍ରତିଶତ କ୍ୟାସବ୍ୟାକ୍ ମଧ୍ୟ ମିଳୁଛି। ତେବେ କ୍ୟାସବ୍ୟାକ୍ ପାଇଁ ଆପଣଙ୍କୁ କମ ସେ କମ ୫୦୦୦ଟଙ୍କାର ଜିନିଷ କ୍ରୟ କରିବାକୁ ପଡ଼ିବ। ସେହିପରି ଫ୍ଳିପକାଟରେ ମଧ୍ୟ ଫ୍ୟାସନ ପ୍ରଡକ୍ଟରେ ଗ୍ରାହକଙ୍କୁ ୪୦-୮୦ ପ୍ରତିଶତ ପର‌୍ୟ୍ୟନ୍ତ ରିହାତି ମିଳୁଛି।

-ଆମାଜନରେ ହୋମ ଏବଂ କିଚେନର ବିଭିନ୍ନ ଟପ୍ ବ୍ରାଣ୍ଡରେ ୭୫ ପ୍ରତିଶତ ରିହାତି ମିଳିଥିବା ବେଳେ ଫ୍ଲିପକାର୍ଟରେ ୮୦ ପ୍ରତିଶତ ପର‌୍ୟ୍ୟନ୍ତ ରିହାତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.