ଭାରତରେ ଆଲକହଲ ଡେଲିଭରୀ କରିବ ଆମାଜନ, ପଶ୍ଚିମବଙ୍ଗରୁ ହେବ ଆରମ୍ଭ

କରୋନାକୁ ନେଇ ଦେଶରେ ଲକଡାଉନ ଚାଲିଥିବା ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଏପରି ସ୍ଥଳେ ମଦ ଦୋକାନ ମଧ୍ୟ ବନ୍ଦ ରହିଥିଲା। କିନ୍ତୁ ଦେଶରୁ ଧୀରେ ଧୀରେ ଲକଡାଉନ ଖୋଲିବାକୁ ଲାଗିଛି। ଏହାପରେ ସରକାର ମଧ୍ୟ ଅନଲାଇନରେ ମଦ ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ସ୍ଥଳେ ଦେଶରେ ଅନେକ ସହରରେ ଜମାଟୋ, ସ୍ୱିଗି ଏବଂ ବିଗବାସ୍କେଟ ଭଳି କମ୍ପାନୀ ମଦ ଡେଲିଭରୀ କରୁଛନ୍ତି। ଏବେ ଖୁବଶୀଘ୍ର ଆମାଜନରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି। ସୂଚନା ମୁତାବକ, ଆମାଜନ ଏହି ସୁବିଧା ପ୍ରଥମେ ପଶ୍ଚିମବଙ୍ଗରୁ ଆରମ୍ଭ କରିବାକୁ ଯାଉଛି।

amazon

ଶୁକ୍ରବାର ଜାରି ହୋଇଥିବା ଏକ ନୋଟିସରେ ପଶ୍ଚିମବଙ୍ଗ ରାଜ୍ୟ ବେଭରେଜସ୍‌ କର୍ପ ରାଜ୍ୟରେ ମଦ ବେପାରକୁ ଅନଲାଇନରେ କରିବାକୁ ଅନୁମତି ଦେଇଛି। ଏହି ତାଲିକାରେ ଆମାଜନ ଯୋଗ୍ୟ ରହିଛି ବୋଲି ଜଣାପଡିଛି। ପଶ୍ଚିମବଙ୍ଗରେ କେବଳ ଆମାଜନ ନୁହେଁ ବିଗବାସ୍କେଟରେ ମଧ୍ୟ ମଦ ଡେଲିଭରୀ ହୋଇପାରିବ। ଆମାଜନ ପଶ୍ଚିମବଙ୍ଗ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ ଆମନ୍ତ୍ରଣ ଦେଇଛି।

ପଶ୍ଚିମବଙ୍ଗରେ ମଦ କାରବାର ୨୭.୨ ବିଲିଅନ ଡଲାରର ରହିଥାଏ। ଏମିତିରେ ଆମାଜନ ପାଇଁ ବହୁତ ବଡ ଚ୍ୟାଲେଞ୍ଜ। ଯାହା ଆମାଜନ ପାଇଁ ଲାଭ ସାବ୍ୟସ୍ତ ହେବ। ଆଗରୁ କେବଳ ସ୍ୱିଗି, ଜମାଟୋରେ ହିଁ ଅନଲାଇନ ମଦ ମିଳୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.