Below header

ମା’ଙ୍କ ଜନ୍ମଦିନରେ ଏମିତି ଉପହାର ଦେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ବଲିଉଡ ଜଗତର ଅଗଧାରଡ଼ିର ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ମା’ ଙ୍କୁ କେତେ ଭଲପାନ୍ତି, ତାହା ହୁଏତ ଅନେକଙ୍କୁ ଅଛପା ନଥିବ । ନିଜ ମା’ ଉଦ୍ଦେଶ୍ୟରେ ଅନେକ ସମୟରେ ବିଭିନ୍ନ ଫଟୋ ତଥା ଭିଡିଓ ମାନ ସେୟାର କରନ୍ତି ଶିଳ୍ପା । ନିଜ ମାଁଙ୍କ ଖୁବ ନିକଟତର ଶିଳ୍ପା ସେଟ୍ଟୀ । ଆଜି ହେଉଛି ଶିଳ୍ପାଙ୍କ ମାଁ ସୁନନ୍ଦା ସେଟ୍ଟୀଙ୍କ ଜନ୍ମ ଦିନ । ଏପରି ଏକ ଖାସ ଅବସରରେ ଶିଳ୍ପା ନିଜ ମା’ଙ୍କ ସହ ଉଠାଇ ଥିବା କିଛି ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।ଏହା ସହ ଏକ ଭାବବିହ୍ୱଳ ମେସେଜ ମଧ୍ୟ ଲେଖିଛନ୍ତି । ଶିଳ୍ପା ସେୟାର କରିଥିବା ଏହି ଫଟୋରେ ମା -ଝିଅଙ୍କ ଯୋଡିକୁ ଖୁବ ସୁନ୍ଦର ଭାବେ ଦେଖିବାକୁ ମିଳିଛି । ଏହା ସହ ନିଜ ମା’ଙ୍କୁ ଏକ ଅସରନ୍ତି କାହାଣୀର ଆଖ୍ୟା ଦେବା ସହ କହିଛନ୍ତିକି, ମୋ’ ମା ହିଁ ହେଉଛନ୍ତି ଏକ ମାତ୍ର ବ୍ୟକ୍ତି ଯିଏ ବିନା କୌଣସି ଶର୍ତ୍ତରେ ମୋତେ ଭଲ ପାଇଛନ୍ତି ।

silpa image

ଏହା ସହ ମା’ଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଜି ସେ ଯେଉଁଠି ପହଂଚିଛନ୍ତି, କେବଳ ନିଜ ମା’ଙ୍କ ପାଇଁ ବୋଲି କହିଛନ୍ତି । ନିଜ ମା’ ଙ୍କ ଉଦ୍ଦେଶ୍ୟରେ ଶିଳ୍ପା ଆହୁରି ମଧ୍ୟ ଲେଖିଛନ୍ତିକି, “ଭଗବାନ ମୋ ଉପରେ ହୁଏତ ଅତ୍ୟଧିକ ସନ୍ତୁଷ୍ଟ ହୋଇ ମୋତେ ତୁମ ଭଳି ମା’ ଟିଏ ଦେଇଛନ୍ତି । ଯାହାଙ୍କ ପାଇଁ ମୁଁ ଆଜି ଆଜି ସଫଳତାର ଶୀର୍ଷରେ ପହଂଚିବା ସହ ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିପାରିଛି । ଉଚିତ ସମୟରେ ସେ ଶାସନ କରିଥିବାରୁ ଜୀବନରେ ଅନେକ ଭୁଲ ସୁଧାରି ପାରିଛି ବୋଲି କହିଛନ୍ତି ଶିଳ୍ପ । ମୋ’ ପରରେ ଅସରନ୍ତି ଶକ୍ତି ପ୍ରଦାନ କରିଥିବାରୁ ମୁଁ ଚିର ଦିନ ପାଇଁ ୠଣୀ ହୋଇ ରହିବି । ଆଜି ମୁଁ ଆପଣଙ୍କୁ କେବଳ ଏତିକି କହିବାକୁ ଚାହୁଁଛିକି, ମୋ’ ପାଇଁ ସବୁ କିଛି ତମେ । ମୁଁ ତୁମକୁ ଖୁବ ଭଲ ପାଏ ।” କହିରଖିବା ଉଚିତ ଗତ ୮ ତାରିଖରେ ଶିଳ୍ପା ନିଜ ଜନ୍ମ ଦିବସ ପାଳନ କରିଥିଲେ ।

ଏପରି ଏକ ବିଶେଷ ଅବସରରେ ସ୍ୱାମୀ ରାଜ କୁନ୍ଦ୍ରା ହିଁ ଶିଳ୍ପାଙ୍କ ପାଇଁ ନିଜେ କେକ ପ୍ରସ୍ତୁତ କରିଥିଲେ । ଶିଳ୍ପା କେକ ସହିତ ନିଜ ପରିବାରର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଶିଳ୍ପା ଓ ରାଜଙ୍କ ସମେତ ପୁଅ ଵିୟାନ ଓ ସମିଶାଙ୍କୁ ମଧ୍ୟ ଦେଖାଯାଇଥିଲା । ଏକ ବିଶେଷ ସୂତ୍ର ଅନୁଯାୟୀ, ଶିଳ୍ପା ଖୁବ ଶୀଘ୍ର ଅଭିନୟ ଜଗତକୁ ଫେରିବାକୁ ଯାଉଛନ୍ତି । ଜାରି ହୋଇଥିବା ଲକ ଡାଉନ ପୂର୍ବରୁ ସେ “ନିକ୍କମା’ ଓ “ହଙ୍ଗାମା” ପରି ସିନେମାରେ ଅଭିନୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.