ଭୁବନେଶ୍ବରରୁ ୧୯ ପଜିଟିଭ୍ ଚିହ୍ନଟ, ଏମାନଙ୍କ ଭିତରୁ ୧୫ଟି ରହିଛି ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୧୯ ପଜିଟିଭ ଚିହ୍ନଟ। ଏମାନଙ୍କ ଭିତରୁ ୧୫ଟି ଲୋକାଲ କେସ ରହିଥିବାବେଳେ ହୋମ କ୍ୱାରେଣ୍ଟାଇନରୁ ୪ଜଣ ରହିଛନ୍ତି। ସରକାରୀ ଡାକ୍ତରଖାନାର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ, ୨ଟି ଘରୋଇ ଡାକ୍ତରଖାନାର ୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରେଣ୍ଟାଇନରେ ଥିବା ୪ଜଣ ରେଲୱେ କର୍ମଚାରୀ । ସମସ୍ତ ୪ ଜଣ ପୁରୁଷ ଆକ୍ରାନ୍ତ ହୋଇଥିବାବେଳେ ସଭିଏଁ ଦିଲ୍ଲୀ ଫେରନ୍ତା ।

ତେବେ ଡୁମୁଡୁମା ସୁବାସନଗର ବସ୍ତିରୁ ୫ଜଣ ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ଜଣାପଡିବା ପରେ ଡୁମୁଡୁମା ହନୁମାନ ମନ୍ଦିରରୁ ପ୍ଲଟ ନଂ ୩୨୩ ରୁ ପ୍ଲଟ ନଂ ୨୬୧ ଓ ୨୫୮ ଯାଏ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିବା ସୂଚନା ମିଳିଛି ।ଆଜି ୩ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଦୁଇଜଣ ଶ୍ରୀବିହାର ପଟିଆ ଅଞ୍ଚଳର ଓ ଅନ୍ୟ ଜଣେ ପୋଖରୀପୁଟ ଅଞ୍ଚଳର। ଭୁବନେଶ୍ୱରର କରୋନା ପଜିଟିଭ ସଂଖ୍ୟା ୧୮୪କୁ ବୃଦ୍ଧି ହୋଇଥିବା ବେଳେ ୮୬ ଜଣ ସୁସ୍ଥ ହୋଇଛନ୍ତି। ୯୪ ଜଣ ଚିକିତ୍ସାଧୀନ ରହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.