Below header

ହଠାତ ମୁକ୍ତ ଆକାଶରୁ ଖସିଲା ରହସ୍ୟମୟ ପଥର ଖଣ୍ଡ, ଭୟରେ ଅଞ୍ଚଳବାସୀ

ଚଳିତ ବର୍ଷ ୨୦୨୦ ବର୍ଷକୁ ନେଇ ସମସ୍ତଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ। ଏହି ୨୦୨୦ ମସିହାରେ ବହୁତ କିଛି ଅଘଟଣ ଘଟିଚାଲିଛି ଏବଂ ଅନେକ ଆଶ୍ଚଯ୍ୟର୍କର ଘଟଣା ସବୁ ମଧ୍ୟ ଗୋଟିଏ ପରେ ଗୋଟିଏ ଘଟିଚାଲିଛି। ତେବେ ଏହାରି ଭିତରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟକର ଘଟଣା। ରାଜସ୍ଥାନ ଜାଲୋରରେ ପଡିଲା ରହସ୍ୟମୟ ପଥର। ଆକାଶରୁ ଖସିଲା ରହସ୍ୟମୟ ପଥର ଖଣ୍ଡ। ଆଉ ଦୁଇ କିଲୋମିଟର ଶୁଭିଲା ଯାଏଁ ପ୍ରଚଣ୍ଡ ଶବ୍ଦ।

stoneଯାହାପରେ ଚାରିଆଡେ ଖେଲିଗଲା ଆତଙ୍କ। ଏହି ପଥର ଯେତେବେଳେ ମାଟିରେ ପଡିଥିଲା ଦୁଇ କିଲୋମିଟର ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଶୁଭାଯାଇଥିଲା। ତେବେ ଏଭଳି ଏକ ରହସ୍ୟମୟ ପଥରକୁ ଦେଖି କେହି ଏହାକୁ ଉଲକାପିଣ୍ଡ କହୁଥିବାବେଳେ କେହି ଏହାକୁ ମୋର୍ଟାର ବୋଲି କହୁଛନ୍ତି। ସେହିପରି ଆଉ କିଛି ଲୋକ ଏହି ପଥର ଖଣ୍ଡକୁ ବିମାନର ଭଗ୍ନାବଶେଷ ବୋଲି କହୁଛନ୍ତି। ତେବେ ପ୍ରଚଣ୍ଡ ଶବ୍ଦ କରି ଆକାଶରୁ ପଡିଥିବା ଏହି ରହସ୍ୟମୟ ପଥର ଖଣ୍ଡ ପ୍ରକୃତରେ କଣ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ।

stoneରାଜସ୍ଥାନ ସାଞ୍ଚୋର ଅଞ୍ଚଳରେ ଥିବା ଗାୟତ୍ରୀ କଲେଜ ପାଖରେ ଶୁକ୍ରବାର ସକାଳ ୭ଟା ସମୟରେ ଆକାଶରୁ ଏକ ଉଜ୍ୱଳ ପଥର ଖଣ୍ଡ ବହୁତ ଜୋରରେ ଗର୍ଜନ କରି ମାଟିରେ ଖସିପଡିଥିଲା। ଅତି କ୍ଷୀପ୍ର ଗତିରେ ଏହି ପଥର ଖଣ୍ଡ ମାଟିରେ ପଡିବା ପରେ ପ୍ରାୟ ପାଞ୍ଚ ଫୁଟ ତଳକୁ ଏହା ପୋତିହୋଇଯାଇଥିଲା। ଲୋକମାନଙ୍କ କହିବାନୁଯାୟୀ ସକାଳ ସମୟରେ ପ୍ରଚଣ୍ଡ ଶବ୍ଦ ସହ ଏହି ପଥର ଆକାଶରୁ ଖସିଥିଲା। ପଥର ଖଣ୍ଡ ମାଟିରେ ପଡିବାବେଳେ ଏମିତି ପ୍ରଚଣ୍ଡ ଶବ୍ଦ କରିଥିଲା ଯେ କଣ ବୋଲି ଦେଖିବା ପାଇଁ ଲୋକଙ୍କର ଭିଡ ଜମିଥିଲା।

ulkaaapindaତେବେ ଏହା ବିଷୟରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ସେହି ରହସ୍ୟମୟ ଧାତୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ବିଶେଷଜ୍ଞଙ୍କ ଜରୀଆରେ ଯାଞ୍ଚ ପାଇଁ ରଖିଛି ପୋଲିସ। ତେବେ ଏହି ରହସ୍ୟମୟ ପଥରଟି ମାଟିରେ ପଡିବାର ୩ ଘଣ୍ଟା ପଯ୍ୟର୍ନ୍ତ ଉତ୍ତପ୍ତ ହୋଇରହିଥିଲା। ତେବେ କୌଣସି ବିଷ୍ଫୋରକ ସାମଗ୍ରୀ ଭାବି ଲୋକଙ୍କୁ ଏହାର ପାଖକୁ ନ ଯିବାକୁ କହିଥିଲା ପୋଲିସ। ଅଢ଼େଇ କିଲୋଗ୍ରାମରୁ ଅଧିକ ଓଜନର ଏହି କଳା ରଙ୍ଗର ପଥର ମାଟିରେ ପଡିବା ପରେ ମାଟି ପ୍ରାୟ ୪-୫ ଫୁଟ ତଳକୁ ଧସି ଯାଇଥିଲା। ତେଣୁ ଏହି ରହସ୍ୟମୟ ପଥରକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା।

stoneପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସେମାନେ ପ୍ରଥମେ ଆକାଶରୁ ଏକ ଉଜ୍ୱଳ ଚମକଦାର ବସ୍ତୁକୁ ଦେଖିଲେ ଯାହା ବହୁତ ଜୋରରେ ଗର୍ଜନ କରି ମାଟି ଉପରେ ପଡିଲା। ତେବେ ଲୋକମାନେ ଦେଖିବା ପରେ ଏହାକୁ ଉଲକାପିଣ୍ଡ ସହିତ ତୁଳନା କରୁଛନ୍ତି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଉଲକାର ଯେଉଁ ଅଂଶ ବାୟୁମଣ୍ଡଳରେ ଜଳିବା ଠାରୁ ରକ୍ଷା ପାଇ ପୃଥିବୀରେ ପଡିଥାଏ ତାହାକୁ ଉଲକାପିଣ୍ଡ କୁହାଯାଏ।

ulkaସବୁଦିନ ରାତିରେ ଅନେକ ସଂଖ୍ୟାରେ ଉଲକା ଦେଖାଯାଇଥାଏ, କିନ୍ତୁ ଏଥିମଧ୍ୟରୁ ପୃଥିବୀ ଉପରେ ଖସୁଥିବା ପିଣ୍ଡ ସଂଖ୍ୟା ବହୁତ କମ୍‌ ହୋଇଥାଏ। ପୃଥିବୀ ଉପରେ ଖସିପଡିବା ଭଳି ଯେଉଁ ପିଣ୍ଡ ଦେଖାଯାଏ ତାହାକୁ ଉଲକା ବା ସାଧାରଣ ଲୋକ କଥାରେ ଟୁଟତା ତାରା ବୋଲି କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.