Below header

ଆମ୍ପିୟର ଇଲେକଟ୍ରିକ ସ୍କୁଟରର ବିକ୍ରି ଏବେ ହେବ ଫ୍ଲିପକାର୍ଟରେ, କଣ ଆପଣ ବି କିଣୁଛନ୍ତି କି ନାହିଁ

ଗ୍ରିଭସ ଇଲେକଟ୍ରିକ ଇ-ମୋବିଲିଟୀ କମ୍ପାନୀ ଆମ୍ପିୟର ଇଲେକଟ୍ରିକ ନିଜର ସ୍କୁଟରକୁ ଅନଲାଇନ ବିକ୍ରି କରିବା ପାଇଁ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ସହିତ ଚୁକ୍ତିନାମା ଘୋଷଣା କରିଛି। ବର୍ତ୍ତମାନ ଦେଶର ଚାରିଟି ସହରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଆମ୍ପିୟର ମାଗନସ୍‌ ଇଏକ୍ସ ଇଲେକଟ୍ରିକ ସ୍କୁଟର କିଣାଯାଇହେବ। ପରେ ଅଧିକ ମଡେଲ ସହିତ ଅଧିକ ସହର ବି ଯୋଡି ହେବାର ସମ୍ଭାବନା ରହିଛି।

ଗ୍ରାହକ ଇ-କମର୍ସ ପ୍ଲାଟଫର୍ମ ଜରିଆରେ ରାଜ୍ୟ ଦ୍ୱାରା ଦିଆଯାଉଥିବା ସବସିଡି ଏବଂ ଫାଇଦା ବି ଉଠାଇପାରିବେ। ସର୍ବପ୍ରଥମେ ବେଙ୍ଗାଲୁରୁ, କୋଲକାତା, ଜୟପୁର ଏବଂ ପୁନେର ଗ୍ରାହକ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ସ୍କୁଟର କିଣିପାରିବେ। ଆଗକୁ ପ୍ରକ୍ରୀୟାକୁ ଜାରି ରଖିବା ପାଇଁ ବୁକିଙ୍ଗ୍‌ ସ୍ଥାନୀୟ ଡିଲରସିପକୁ ହସ୍ତାନ୍ତର କରିଦିଆଯିବ। ଗ୍ରୀଭସ ଇଲେକଟ୍ରିକର କହିବା କଥା ଯେ ଇ-କମର୍ସ ପ୍ଲାଟଫର୍ମ ଜରିଆରେ ରାଜ୍ୟ ଦ୍ୱାରା ଦିଆଯାଉଥିବା ସବସିଡି ଏବଂ ଫାଇଦା ବି ଉଠାଇପାରିବେ।

ଆରଟିଓ ପଞ୍ଜୀକରଣ, ବୀମା ଏବଂ ଡେଲିଭରୀ ସ୍ଥାନୀୟ ଡିଲରଙ୍କ ଦ୍ୱାରା କରାଯିବ। ଯେଉଁମାନେ ଅର୍ଡର ପାଇବା ପରେ ଗ୍ରାହକଙ୍କ ସହ ସମ୍ପର୍କ କରିବେ। କମ୍ପାନୀର କହିବା କଥା ଯେ ସ୍କୁଟରର ଡେଲିଭରୀ ୧୫ ଦିନ ଭିତରେ ଗ୍ରାହକଙ୍କୁ ହୋମ ଡେଲିଭରୀ କରିଦିଆଯିବ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆମ୍ପିୟର ଇ-କମର୍ସ ଚ୍ୟାନେଲ ମାଧ୍ୟମରେ ନିଜ ସ୍କୁଟରକୁ ଲଞ୍ଚ୍‌ କରିବାର ପ୍ରଥମ ବ୍ରାଣ୍ଡ ନୁହେଁ। ବାଉନ୍ସ ଇନଫିନିଟୀ ଚଳିତ ବର୍ଷ ଆରମ୍ଭରେ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ନିଜ ସ୍କୁଟରର ବିକ୍ରି ପାଇଁ ଫ୍ଲିପକାର୍ଟ ସହିତ ପାର୍ଟନରସିପ୍‌ କରିଛି ବୋଲି ଘୋଷଣା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.