ସୋନପୁରରେ ସପ୍ତପୁରୀ ଅମାବାସ୍ୟାରେ ପାଳିତ ହୋଇଛି ଲଙ୍କା ପୋଡ଼ି ଉତ୍ସବ, ଐତିହ୍ୟ ଓ ଆକର୍ଷଣ ଦୃଷ୍ଟିରୁ ଯାହା ରହିଛି ସବୁଠୁ ଅଲଗା
ସାରା ଦେଶରେ ବିଭିନ୍ନତା ଭିତରେ ଏକତା ରହିଥିବା ବେଳେ ଆମ ଓଡ଼ିଶା ବା କେମିତି ବାଦ୍ ପଡ଼ିବ। ଏଠାରେ ମଧ୍ୟ ଆଂଚଳିକ ଭିତରେ ରହିଛି ଅନେକ ପରମ୍ପରା। ସେଥିମଧ୍ୟରୁ ସୋନପୁରର କିମ୍ବଦନ୍ତୀ ଓ ଲୋକ ସଂସ୍କୃତି ରହିଛି ସବୁଠୁ ନିଆରା । ତେବେ ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ଯାରେ ହେଉଥିବା ଲଙ୍କା ପୋଡ଼ି ପର୍ବ ସୋନପୁରର ଅନନ୍ଯ ପରମ୍ପରା ଭିତରୁ ଅନ୍ଯତମ । କିମ୍ବଦନ୍ତୀ ଓ ଐତିହାସିକ ଦୃଷ୍ଟିକୋଣରୁ ସୋନପୁରକୁ ପଶ୍ଚିମ ଲଙ୍କା ବା ସ୍ଵର୍ଣ୍ଣଲଙ୍କା ବୋଲି କୁହାଯାଏ । ସେଥିପାଇଁ ଲଙ୍କାଧିବାସୀ ଭାବରେ ଲଙ୍କା ପୋଡ଼ିର ସ୍ମୃତିକୁ ମନେ ପକାଇବା ପାଇଁ ପାଳନ କରାଯାଏ ଏହି ଲଙ୍କା ପୋଡ଼ି ବା ପୁରା ଉଆଁସ ଉତ୍ସବ ।
ମନ୍ଦିର, କଳା, ସଂସ୍କୃତି ଓ ପରମ୍ପରାର ସହର ହେଉଛି ସୋନପୁର । ଏଠାରେ ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ଯାର ପାଳନ ହେଉଥିବା ଲଙ୍କା ପୋଡ଼ି ଉତ୍ସବ ଐତିହ ଓ ଆକର୍ଷଣ ଦୃଷ୍ଟିରୁ ସବୁଠୁ ଅଲଗା । ଏହି ଦିନ କୁମ୍ଭାର ମାନଙ୍କ ଦ୍ୱାରା ତିଆରି ହନୁମାନ ମୂର୍ତ୍ତିକୁ ସଂଧ୍ୟାରେ ଛୋଟପିଲାମାନେ ସାରା ସହରରେ ବୁଲାଇଥା‘ି । ମାଟି ତିଆରି ହନୁମାନଙ୍କର ଲାଙ୍ଗୁଡ଼ରେ ନିଆଁ ଲଗାଇ ବୁଲାଉଥିବା ଦୃଶ୍ଯ ବେଶ ଆକର୍ଷଣୀୟ ହୋଇଥାଏ ।
ସୋନପୁରର ଏହି ପରମ୍ପରା ଶହ ଶହ ବର୍ଷ ଆଗରୁ ଚାଲି ଆସିଛି । ଲଙ୍କାପୋଡ଼ି ଉତ୍ସବର ମୁଖ୍ଯ ଆକର୍ଷଣ ହେଉଥିବା ଏହି ଟେରାକୋଟା ହନୁମାନଙ୍କର ନିର୍ମାଣ ଶୈଳୀ ସୋନପୁର ଛଡ଼ା ଅନ୍ଯ କେଉଁଠି ଦେଖିବାକୁ ମିଳେନାହିଁ । ଏହି ଉତ୍ସବ ପାଳନ କରିବା ପଛରେ ରହିଛି ଏକ ଐତିହାସିକ ତଥା ପୌରାଣିକ ସତ୍ଯତା । ସୋନପୁରର ଭୌଗଳିକ ପରିସ୍ଥିତି ଓ ଐତିହାସିକ ଦୃଷ୍ଟିକୋଣରୁ ଏହାକୁ ପଶ୍ଚିମ ଲଙ୍କା ବୋଲି କୁହାଯାଇଥାଏ । ସେଥିପାଇଁ ହନୁମାନଙ୍କର ଲଙ୍କା ପୋଡ଼ିର ସ୍ମୃତିକୁ ଉଦ୍ଜୀବିତ କରିବା ପାଇଁ ସୋନପୁରବାସୀ ପ୍ରତିବର୍ଷ ଲଙ୍କା ପୋଡ଼ି ଉତ୍ସବ ପାଳନ କରିଆସୁଛ‘ି ।
ଖାଲି ସେତିକି ନୁହେଁ ଏହି ଦିନରେ ଜିଲ୍ଲାର ଗାଁ ମାନଙ୍କରେ କୁଆଁରୀ ଝିଅଙ୍କ ଦ୍ୱାରା ପାଳିତ ହୋଇଥାଏ ପୁରା ଉଆଁସ ପର୍ବ । ଏହି ପର୍ବରେ ଅବିବାହିତ ଝିଅ ମାନେ କାଂଚି ଖେଳ ଖେଳିଥାନ୍ତି। । ମିଛରେ ମିଛରେ ଖାଦ୍ୟ ପ୍ରସ୍ତୁତିଠୁ ଆରମ୍ଭ କରି ନାଚ ଗିତରେ ହଜି ଯାଆ‘ି କିଛି ସମୟ ।
ସୋନପୁରର ଲୋକ ପରମ୍ପରା ଲଙ୍କା ପୋଡ଼ି ସଂସ୍କୃତି ଦେଶ ବିଦେଶର ଅନେକ ଗବେଷକ କାମ କରୁଛ‘ି । ଏହି ମାଟି ତିଆରି ହନୁମାନ ବିଦେଶରେ ଅନେକ ମ୍ୟୁଜିୟମରେ ସଂରକ୍ଷିତ ହୋଇରହିଛି ।