ମାଷ୍ଟରକାର୍ଡ ବ୍ୟାନ ପାଇଁ ଆର୍‌ବିଆଇ ର ଘୋଷଣା : ଏହି ସବୁ ବ୍ୟାଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଳୀ : ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆରବିଆଇ) ୨୨ ଜୁନରୁ ମାଷ୍ଟରକାର୍ଡ ବନ୍ଦ ହୋଇଯିବା ନେଇ ଘୋଷଣା କରିଥିଲା । ଏହି କାର୍ଡ ବନ୍ଦ ହେବାର କାରଣ ଥିଲା ଡେଟା ଷ୍ଟୋରେଜ ନିର୍ଦ୍ଦେଶର ପାଳନ ନକରିବା । ଫଳରେ ଏହାର ବଡ଼ ପ୍ରଭାବ ପଡ଼ିବ ୫ଟି ପ୍ରାଇଭେଟ୍‌ ବ୍ୟାଙ୍କ ସହ ନନ୍‌ ବ୍ୟାଙ୍କ ଲେଣ୍ଡର୍ସ ଏବଂ କାର୍ଡ ଜାରି କରିଥିବା କମ୍ପାନି ଉପରେ ।

ଏହି ପରିବର୍ତ୍ତନ ପାଇଁ ସବୁଠୁ ପ୍ରଭାବିତ ହେବାକୁ ଥିବା ବ୍ୟାଙ୍କ ହେଲେ ଆରବିଏଲ୍‌ ବ୍ୟାଙ୍କ, ୟସ୍‌ ବ୍ୟାଙ୍କ୍‌ ଓ ବଜାଜ୍‌ ଫିନସର୍ଭ । ସମସ୍ତ କ୍ରେଡିଟ କାର୍ଡ ସ୍କିମ୍‌ ଯାହା ଏମାନେ ଗ୍ରାହକଙ୍କୁ ଦେଇଥାନ୍ତି ସେ ସବୁ ମାଷ୍ଟରକାର୍ଡ ତଳେ ଆସିଥାଏ ।

ଏହା ଛଡା ଇଣ୍ଡସଇଣ୍ଡ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏକ୍ସିସ ବ୍ୟାଙ୍କ ସବୁଠୁ ଅଧିକ ପ୍ରଭାବିତ ହେବ । କାରଣ ଏହି ସବୁ ବ୍ୟାଙ୍କର କ୍ରେଡିଟ କାର୍ଡ ସ୍କିମ୍‌ ପ୍ରାୟ ୩୫ ରୁ ୪୦ ପ୍ରତିଶତ ମାଷ୍ଟରକାର୍ଡ ସହ ଜଡିତ ।

ଆପଣଙ୍କ ଡେବିଟ ଓ କ୍ରେଡିଟ କାର୍ଡ ଉପରେ ପଡ଼ିବ ପ୍ରଭାବ

ଏହି ପରିବର୍ତ୍ତନ କୌଣସି ମାଷ୍ଟରକାର୍ଡ ଧାରକଙ୍କୁ ପ୍ରଭାବିତ କରିବ ନାହିଁ । ଯେଉଁ ଗ୍ରାହକ ଡେବିଟ କିମ୍ବା କ୍ରେଡିଟ୍‌ କାର୍ଡ ଭାବେ ମାଷ୍ଟରକାର୍ଡ ବ୍ୟବହାର କରୁଛନ୍ତି ତାଙ୍କୁ ଚିନ୍ତା କରିବାର ନାହିଁ । ଏହି ପରିବର୍ତ୍ତନ ବର୍ତ୍ତମାନ ମାଷ୍ଟର କାର୍ଡଧାରୀଙ୍କ ଉପରେ ପଡ଼ିବ ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଦେଇଛି । ହେଲେ ପରବର୍ତ୍ତୀ ସମୟରେ ଏହା ବ୍ୟାଙ୍କ ଓ କାର୍ଡଧାରୀଙ୍କ ଉପରେ ଲାଗୁ ହେବ ।

ଏହାର ପ୍ରଭାବ ଷ୍ଟେଟ ବ୍ୟାଙ୍କ ଉପରେ କମ୍‌ ପଡ଼ିବ । କାରଣ ଷ୍ଟେଟ ବ୍ୟାଙ୍କର ମାତ୍ର ୧୦ ପ୍ରତିଶତ ସ୍କିମ ମାଷ୍ଟରକାର୍ଡ ଅଧୀନରେ ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.