କି ଲଜ୍ୟା ! ଏଠି ରିଲିଫ ନୁହେଁ ହେଲିକପ୍ଟରରୁ ବଣ୍ଟା ହେଉଛି ବାହାଘର କାର୍ଡ

ସାଧାରଣତଃ ଲୋକେ ନିଜ ବିବାହ ଉତ୍ସବକୁ ସ୍ମରଣୀୟ କରିବାକୁ ଚେଷ୍ଟା କରିଥାନ୍ତି l ଏନେଇ ଅସମ୍ଭବରୁ ଅସମ୍ଭବ ଚେଷ୍ଟା କରିବାରେ ଜମା ବି ପଛଘୁଞ୍ଚା ଦିଅନ୍ତି ନାହିଁ l ଆଜି କାଲି ଥିମ ୱେଡିଙ୍ଗର ବି ଖୁବ ପ୍ରଚଳନ ରହିଛି l ଆଉ ଯେଉଁ ମାନଙ୍କ ପାଖରେ ଧନ ଅଛି ଅନ୍ଧ ଭଳି ପଇସା ଉଡ଼ାଇବାକୁ ଟିକେ ବି ହେଲା କରନ୍ତିନି l ଏବେ ସୋସିଆଲ ମିଡିଆରେ ଏକ ବିବାହ ଉତ୍ସବର ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି l ଯେଉଁଥିରେ ବରକନ୍ୟା ଉଭୟଙ୍କ ଅନ୍ଦାଜକୁ କିଛି ଲୋକ ଖୁବ ପସନ୍ଦ କରିଥିବା ବେଳେ କିଛି ଜଣ ନେଗେଟିଭ୍ କମେଣ୍ଟ କରିଛନ୍ତି l ଭାଇରଲ ହେଉଥିବା ଏହି ଭିଡିଓ ଟିରେ ଆପଣ ଦେଖିପାରିବେ ଦୁଇ ଜଣ ବରକନ୍ୟା ଏକ ହେଲିକପ୍ଟରରେ ବସି ଆକାଶମାର୍ଗରେ ଯାଉଛନ୍ତି l

ଆଉ ଏହି ସମୟରେ ଆକାଶ ମାର୍ଗରୁ ସେମାନଙ୍କ ବିବାହ ପାଇଁ ଛପା ଯାଇଥିବା କାର୍ଡ଼ ଗୁଡିକୁ ଉପରୁ ତଳକୁ ପକାଉଛନ୍ତି l ବଧୂ ଜଣଙ୍କ ଲେହେଙ୍ଗା ସହ ଭାରି ଗହଣା ପିନ୍ଧିଛନ୍ତି l ଦୁହେଁ କାନରେ ହେଡ଼ଫୋନ ଦେଇଛନ୍ତି l ଆଉ ଏମିତି କରିବା ସମୟରେ ଉଭୟେ ଖୁବ ଖୁସିଥିବା ବି ନଜର ଆସୁଛନ୍ତି l ଭାଇରଲ ହୋଇଥିବା ଏହି ଭିଡିଓଟିକୁ ପାଖାପାଖି ୮ ଲକ୍ଷ ଜଣ ଦେଖି ସାରିଥିବା ଜଣାଯାଇଛି l ଆଉ ଏହା ଉପରେ ଅଧିକାଂଶ ନେଗେଟିଭ କମେଣ୍ଟ ହିଁ ଆସୁଥିବା ଜଣାଯାଇଛି l

ଭାରତୀୟ ବିବାହ ଉତ୍ସବରେ ବିବାହ ପୂର୍ବରୁ କାର୍ଡ ବାଣ୍ଟିବାର ଏକ ପରମ୍ପରା ରହିଛି l ଆଉ ଏବେର ସୋସିଆଲ ମିଡ଼ିଆ ଯୁଗରେ ଲୋକେ ଏହାରି ମାଧ୍ୟମରେ ହିଁ କାର୍ଡ ବାଣ୍ଟି ନିଜ ନିଜ ବନ୍ଧୁବାନ୍ଧବ ଜ୍ଞାତି ପରିଜନଙ୍କୁ ନିମନ୍ତ୍ରଣ କରିଦେଉଛନ୍ତି l ଆଉ କରୋନା କାଳରେ ଏହି ପ୍ରଥା ବି ବେଶ ଲୋକପ୍ରିୟତା ଅର୍ଜନ କରିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.