ପ୍ରଥମ ଦିନିକିଆରେ ଭାରତକୁ ୨୬୩ ରନ୍‌ର ଟାର୍ଗେଟ୍‌ ଦେଲା ଶ୍ରୀଲଙ୍କା

କଲମ୍ବୋ : ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ରେ ଭାରତ ଆଗରେ ୨୬୩ ରନ୍‌ର ବିଜୟଲକ୍ଷ୍ୟ ରଖିଛି ଘରୋଇ ଶ୍ରୀଲଙ୍କା ଦଳ ।

ଟସ୍‌ ଜିତି ଘରୋଇ ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ ନେଇଥିଲା । ଦଳ ପକ୍ଷରୁ ଆବିଷ୍କା ଫର୍ଣ୍ଣାଣ୍ଡେ ୩୨, ମିନୋଡ ଭାନୁକ ୨୭, ଭାନୁକା ରାଜପାକସେ ୨୪ ଓ ଧନଞ୍ଜୟ ଡିସିଲଭା ୧୪ ରନ୍‌ କରି ଆଉଟ୍‌ ହୋଇଥିଲେ । ପରେ ଚରିତ ଆସଲଙ୍କା ୩୮, ଦାସୁନ ସନକା ୩୯ ଏବଂ ଛାମିକା କରୁଣାରତ୍ନେ ୩୫ ବଲ୍‌ରୁ ଅପରାଜିତ ୪୩ ରନ୍‌ ସଂଗ୍ରହ କରିଥିଲେ । ଫଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୨୬୨ ରନ୍‌ କରି ପାରିଥିଲା ।

ଭାରତ ପକ୍ଷରୁ ଦୀପକ ଚହର, ଯୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି ।

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.