ଗ୍ରାହକଙ୍କ ପାଇଁ ସତର୍କ ସୂଚନା ; ୧୯ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ATM ସହିତ ଅନ୍ୟ ସେବା ହେବ ପ୍ରଭାବିତ

ଯଦି ଆପଣଙ୍କର ବ୍ୟାଙ୍କରେ କିଛି କାମ ଅଛି, ତେବେ ତୁରନ୍ତ ସାରିଦିଅନ୍ତୁ ।ଏହି ସପ୍ତାହରେ ବ୍ୟାଙ୍କିଂ ସେବା ସହିତ ଏଟିଏମ ସେବା ମଧ୍ୟ ବାଧାପ୍ରାପ୍ତ ହେବ। ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ବ୍ୟାଙ୍କ କାମ ପ୍ରଭାବିତ ହେବ। ୧୯ ନଭେମ୍ବରରେ ବ୍ୟାଙ୍କ କର୍ମଚାରୀ ହରତାଳ କରିବେ। ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ଫ୍ଲୋଇ ଆସୋସିଏସନ ଦିନିକିଆ ହରତାଳ ପାଇଁ ଆହ୍ଵାନ ଦେଇଛି ।

ସୂଚନାଯୋଗ୍ୟ, ବ୍ୟାଙ୍କ ଅଫ ବରୋଦା ଷ୍ଟକ ଏକ୍ସଚେଞ୍ଜ ପାଖରେ ରେଗୁଲେଟରୀ ଫାଇଲିଂରେ ସୂଚନା ଦେଇଛି କି, ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇ ଆସୋସିଏସନର ଜେନେରାଲ ସେକ୍ରେଟାରୀ ଧର୍ମଘଟ କରିବା ପାଇଁ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନକୁ ନୋଟିସ ପଠାଇଛି। ଏହି ନୋଟିସରେ ୟୁନିୟନ ନିଜର ଦାବିକୁ ନେଇ ୧୯ ତାରିଖ ଶନିବାର ଦିନ ଧର୍ମଘଟ କରିବେ ବୋଲି ସୂଚନା ଦିଆଯାଇଛି। ଆଉ ଏଥିପାଇଁ ୧୯ ତାରିଖରେ ବ୍ୟାଙ୍କର ସମସ୍ତ କାର୍ଯ୍ୟ ଠପ୍‌ ରହିବ। ଅନଲାଇନ ବ୍ୟାଙ୍କିଂ ମଧ୍ୟ କାମ କରିନପାରେ। ଯଦି ଆପଣଙ୍କ ବ୍ୟାଙ୍କ କାମ ରହିଛି, ତେବେ ତୁରନ୍ତ ସାରିଦିଅନ୍ତୁ।

ବ୍ୟାଙ୍କ ମାସର ଚତୁର୍ଥ ଶନିବାର ବନ୍ଦ ରହୁଥିବା ବେଳେ ଏବେ ତୃତୀୟ ଶନିବାର ମଧ୍ୟ ଧର୍ମଘଟ ଯୋଗୁଁ ବନ୍ଦ ରହିବ। ଫଳରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବ। ଶନିବାର ହରତାଳ ଏବଂ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଆପଣଙ୍କର ବ୍ୟାଙ୍କ କାମ ଥିଲେ ତୁରନ୍ତ ସାରିଦିଅନ୍ତୁ। ଶନିବାର ହରତାଳ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବା ଯୋଗୁଁ ରବିବାର ଦିନ ଏଟିଏମରେ ମଧ୍ୟ କ୍ୟାସର ଅଭାବ ଦେଖିବାକୁ ମିଳିବ। ଏଥିପାଇଁ ସାଧାରଣ ଲୋକ ସମସ୍ୟା ଭୋଗିପାରନ୍ତି।

ତେଣୁ ଯଦି ଆପଣଙ୍କ ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତେବେ ତୁରନ୍ତ ସାରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.