Below header

ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ୱର(କେନ୍ୟୁଜ): ଅବସର ବେଉରିଆଙ୍କ ପରଲୋକ। ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ଦେହାନ୍ତ । ହୃଦଘାତରେ ଭୁନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ ଯୋଗୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଭାବେ ଅବସର ବେଉରିଆ ଦାୟିତ୍ୱ ତୁଲାଇଥିଲେ । ଭାରତୀୟ ବିଦେଶ ସେବାରେ ଯୋଗ ଦେବା ପୂର୍ବରୁ ସେ ବ୍ୟାଙ୍କ ଅଧିକାରୀ ଓ ଅଧ୍ୟାପକ ଭାବେ କାମ କରିଥିଲେ। ଅବସର ଗ୍ରହଣ କରିବା ପରେ ରାଜ୍ୟର ବିଭିନ୍ନ ଉନ୍ନତିମୂଳକ ସାମାଜିକ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ଜଡିତଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.