ଶ୍ରଦ୍ଧା ହତ୍ୟା ମାମଲାରେ ଆସୁଛି ନୂଆ ନୂଆ ଟ୍ଵିଷ୍ଟ, ରସିକ ଆଫତାବର ଥିଲେ ୨୦ ଗର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ(କେନ୍ୟୁଜ): ନୂଆଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଆସୁଛି ନୂଆ ନୂଆ ଟ୍ଵିଷ୍ଟ । ରସିକ ଆଫତାବର ଥିଲା ୨୦ ଗର୍ଲଫ୍ରେଣ୍ଡ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ନିଜ ଫ୍ଲାଟକୁ ଆଣି ସମ୍ପର୍କ ରଖୁଥିଲା । ପୋଲିସ ଏନେଇ ‘ବମ୍ବଲ୍‌ ଡେଟିଂ’ ଆପ୍‌କୁ ନୋଟିସ ଜାରି କରି ଜବାବ ମାଗିଛି । ଏହି ଯୁବତୀମାନଙ୍କୁ ପୋଲିସ ଜେରା କରିପାରେ । ସେହିପରି ହତ୍ୟାକାଣ୍ଡ ଦିନ ଘରୋଇ ଖର୍ଚ୍ଚକୁ ନେଇ ଶ୍ରଦ୍ଧା ଓ ଅଫତାବ ମଧ୍ୟରେ ଝଗଡା ହୋଇଥିଲା।

ପ୍ରତ୍ୟେକ ଦିନର ଖର୍ଚ୍ଚ କିଏ ଦେବ ତାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ଆଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ବୋଲି ଜେରା ସମୟରେ ସ୍ୱୀକାର କରିଛି। ଏହି ଘଟଣା ପରେ ଅଫତାବ ଶ୍ରଦ୍ଧାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୫ ହଜାର ଟଙ୍କା ମଧ୍ୟ ବାହାର କରିଥିଲା। ସେ ଫ୍ରିଜ, କରତ ଓ ଅଳିଆ ପକାଇବା ବ୍ୟାଗ କିଣିବାରେ ଏହି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି।

ଶ୍ରଦ୍ଧାଙ୍କ ମୃତଦେହ କାଟି ୧୮ ଦିନ ଫ୍ରିଜରେ ରଖିଥିଲା ଆଫତାବ । କଟା ମୁଣ୍ଡ ଦେଖି ପୁରୁଣା ସ୍ମୃତି ମନେପକାଉଥିଲା । ପୋଲିସ କ୍ରାଇମ ସିନ୍‌ ରିକ୍ରିଏଟ ପାଇଁ ଅଫତାବକୁ ଫ୍ଲାଟକୁ ନେଇ ଯାଇଥିଲା। ଏହି ସମୟରେ ରୋଷେଇ ଘରୁ ପୋଲିସକୁ ରକ୍ତ ନମୁନା ମିଳିଛି । ରକ୍ତ ନମୁନାକୁ ଯାଞ୍ଚ ପାଇଁ ପଠାଇଯାଇଛି। ଶ୍ରଦ୍ଧାଙ୍କ ଶରୀରର ମିଳିଥିବା ୧୩ଖଣ୍ଡ ଅଂଶର ଡିଏନଏ ପରୀକ୍ଷା ମଧ୍ୟ କରାଯିବ।

ଅନ୍ୟପଟରେ ଆଫତାବ କଟା ହାତର ଚିକିତ୍ସା କରିଥିବା ଡାକ୍ତରଙ୍କୁ ପୋଲିସ ମୁଖ୍ୟ ସାକ୍ଷୀ କରିଛି। ଡାକ୍ତର ଅଫତାବ ହାତରେ ୫-୬ଟି ଷ୍ଟିଚ ପକାଇଥିବା କହିଛନ୍ତି । ସେହି ସମୟରେ ଡାକ୍ତର ପଚାରିବାରୁ ଫଳ କାଟିବା ସମୟରେ ହାତ କଟିଯାଇଥିବା କହିଥିଲା ଅଫତାବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.