Below header

ନ୍ୟୂନତମ ଜମାରାଶି ନ ରଖିବା ଉପରେ ବ୍ୟାଙ୍କଗୁଡ଼ିକ ପେନାଲ୍ଟିରୁ ପ୍ରାପ୍ତ କଲେ ୧୯୯୬ କୋଟି ଟଙ୍କା!

ସରକାରୀ ବ୍ୟାଙ୍କଗୁଡ଼ିକ ଆର୍ଥିକ ବର୍ଷ ୨୦୧୮-୧୯ରେ ଜରିମାନା ବାବଦକୁ ୧,୯୯୬.୪୬ କୋଟି ଟଙ୍କା ପ୍ରାପ୍ତ କରିଛନ୍ତି। ଗ୍ରାହକମାନେ ସେମାନଙ୍କ ସେଭିଙ୍ଗ୍‌ ଆକାଉଣ୍ଟରେ ନ୍ୟୂନତମ ଜମାରାଶି ନ ରଖିବା ଉପରେ ଏହି ଜରିମାନା ଲଗାଯାଇଥିଲା। ସୋମବାର ଲୋକ ସଭାରେ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହି ତଥ୍ୟ ଦେଇଛନ୍ତି।

bank2

ଆର୍ଥିକ ବର୍ଷ ୨୦୧୭-୧୮ରେ ସରକାରୀ ବ୍ୟାଙ୍କଗୁଡ଼ିକ ନ୍ୟୂନତମ ଜମାରାଶି ପେନାଲ୍ଟି ରୂପରେ ୩,୩୬୮.୪୨ କୋଟି ଟଙ୍କା ପ୍ରାପ୍ତ କରିଥିଲେ। ସେଠି ଆର୍ଥିକ ବର୍ଷ ୨୦୧୬-୧୭ରେ ୭୯୦.୨୨ କୋଟି ଟଙ୍କା ପ୍ରାପ୍ତ କରିଥିଲେ। ଏକ ଲିଖିତ ଉତ୍ତରରେ ଠାକୁର ଲୋକ ସଭାରେ କହିଥିଲେ, ସରକାରୀ ବ୍ୟାଙ୍କଗୁଡ଼ିକୁ ଗତ ଆର୍ଥିକ ବର୍ଷ ତୁଳନାରେ ନ୍ୟୂନତମ ଜମାରାଶି ପେନାଲ୍ଟି କମ୍‌ ମିଳିଛି।

ଏହାସହ ପଢ଼ନ୍ତୁ: ମାଗଣାରେ ଘରକୁ ଆଣନ୍ତୁ Crayon Envy ଇଲେକଟ୍ରିକ୍‌ ସ୍କୁଟର ! ଦମଦାର ଫିଚର୍ସ ସହିତ ରହିଛି ଆକର୍ଷଣୀୟ ଲୁକ୍‌

BSBD ଆକାଉଣ୍ଟ ଉପରେ ନାହିଁ ପେନାଲ୍ଟି

ଠାକୁର କହିଥିଲେ, Basic Savings Bank Deposit (BSBD) ଆକାଉଣ୍ଟରେ ନ୍ୟୁନତମ ଜମାରାଶି ବଜାୟ ନ ରଖିବା ଉପରେ କୌଣସି ଜରିମାନା ନିଆଯାଇ ନ ଥାଏ। RBI ଅନୁସାରେ, ୨୦୧୯ ମାର୍ଚ୍ଚ ପଯ୍ୟର୍ନ୍ତ ଦେଶରେ ୫୭.୩ କୋଟି BSBD ଆକାଉଣ୍ଟ ଥିଲା, ଯାହାମଧ୍ୟରୁ ୩୫.୨୭ କୋଟି ଜନଧନ ଖାତା ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.