bigg boss ହାଉସରେ ଅଚାନକ ରୋମାନ୍ସ କଲେ ସିର୍ଦ୍ଧାର୍ଥ ଶୁକ୍ଳା ଏବଂ ରଶ୍ମି ଦେଶାଇ ? ଘର ଲୋକଙ୍କ ସମେତ ଦର୍ଶକ ବି ଆଶ୍ଚର୍ଯ୍ୟ , ଦେଖନ୍ତୁ ଭିଡିଓ

ବିଗବସ୍‌ ହାଉସରେଏହି ସପ୍ତାହରେ ଏକ ନୂଆ ଏବଂ ରୋମାଞ୍ଚକ ମୋଡ ଦେଖିବାକୁ ମିଳିଲା। ଆପଣ ଯଦି ବିଗବସର ଫ୍ୟାନ ତେବେ ଆପଣ ଦେଖିଥିବେ ଶୋ ଆରମ୍ଭ ହେବାରୁ ହିଁ ସିଦ୍ଧାର୍ଥ ଶୁକ୍ଳା ଏବଂ ରଶ୍ମିଙ୍କ ସର୍ପ ନକୁଳ ଶତୃତା ପରି ରହିଆସିଛନ୍ତି। ଏମାନଙ୍କର ଦୋସ୍ତି ପାଇଁ ବିଗ ବସ୍‌ ଦୁହିଁଙ୍କୁ ଏକ ଖାସ୍‌ ଟାସ୍କ ଦେଇଛନ୍ତି।

rashmiiସିଦ୍ଦାର୍ଥ ଶୁକ୍ଳା ଏବଂ ରଶ୍ମି ଦେଶାଇଙ୍କୁ ’ଦିଲ ସେ ଦିଲ ତକ୍‌’ ଟିଭି ଶୋରେ ଆପଣ ହାବି କପଲ ଭାବରେ ଦେଖିଥିବେ। ଏମାନଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରୁଥିଲେ। ଏହି ଟିଭି ଶୋରେ ଥିବା ଏକ ରୋମାଣ୍ଟିକ ପ୍ରମୋକୁ ଲୋକମାନେ ଖୁବ ଲାଇକ୍‌ କରିଥିଲେ। ଏବେ ବିଗବସ୍‌ ରଶ୍ମି ଏବଂ ସିଦ୍ଦାର୍ଥଙ୍କର ଏହି ରୋମାଣ୍ଟିକ ପ୍ରମୋ ଶୁଟକୁ ଘରର ସଦସ୍ୟଙ୍କୁ ଦେଖାଇଥିଲେ। ଏହାପରେ ଦୁହିଁଙ୍କ ବିିବି ହାଉସରେ ଏମିତି ପ୍ରମୋ ରିକ୍ରିଏଟ୍‌ କରିବା ପାଇଁ ଆଦେଶ ଦିଆଗଲା।

rashmiଏବେ ପୁଣି ଥରେ ରଶ୍ମି ଏବଂ ସିଦ୍ଦାର୍ଥ ଶୁକ୍ଳା ରୋମାନ୍ସ କରୁଥିବାର ନଜର ଆସିଛନ୍ତି। ଏହି ଦୁହିଁଙ୍କର ରୋମାଣ୍ଟିକ୍‌ କେମେଷ୍ଟ୍ରୀ ଦେଖି ଦର୍ଶକ ଖୁବ୍‌ ଖୁସି ହେଉଛନ୍ତି ଏବଂ ସୋସିଆଲ ମିଡିଆରେ #Sidra ଟ୍ରେଣ୍ଡ ହେବାକୁ ଲାଗିଛି। ଦର୍ଶକ କହିଛନ୍ତି ଦୁହିଁଙ୍କୁ ପୁଣିଥରେ ଏମିତି ଏକାସାଥିରେ ଦେଖିଲେ ବହୁତ ଭଲ ଲାଗୁଛି।

siddଏହି ଟାସ୍କ ସମୟରେ ଘରର ଅନ୍ୟ ସଦସ୍ୟ ମଧ୍ୟ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସିଦ୍ଧାର୍ଥ ଶୁକ୍ଳା ଏବଂ ରଶ୍ମି ଦେଶାଇଙ୍କର ଝଗଡା କଲର୍ସ ଟିଭି ଶୋ ‘ଦିଲ ସେ ଦିଲ ତକ୍‌’ ସେଟରୁ ହିଁ ହୋଇଥିଲା। ଏହି ଦୁହେଁ ପୂର୍ବରୁ ଦୁହିଁଙ୍କୁ ଡେଟ୍‌ କରୁଥିଲେ କିନ୍ତୁ ପରେ ସେମାନଙ୍କ ଭିତରେ ମନାନ୍ତର ମତାନ୍ତର ହୋଇଥିଲା। ସେ ଯାହା ବି ହେଉ ନା କାହିଁକି ଏହି ଦୁହିଁଙ୍କୁ ପୁଣି ଏକାଠି ଦେଖି ଦର୍ଶକ ବହୁତ ଖୁସି ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.