ବିଦାୟ ସମୟରେ ଭାବ ବିହ୍ଵଳ ହୋଇ ଏପରି କଥା କହିଲେ ଇଣ୍ଡିଜ୍‌ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌

ଅନେକ ସମୟ ଧରି ନିଜର ଖରାପ ପ୍ରଦର୍ଶନ କାରଣରୁ ବିଭିନ୍ନ ସମାଲୋଚନାର ସାମ୍ନା କରୁଥିବା ୱେଷ୍ଟଇଣ୍ଡିଜର ବିସ୍ଫୋଟକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲଙ୍କ ଯନ୍ତ୍ରଣା ଶେଷରେ ସାମ୍ନାକୁ ଆସିଛି। ସେ ତାଙ୍କ ମନରେ ଥିବା କଥାକୁ ପ୍ରକାଶ କରି କହିଛନ୍ତି ସାଉଥ୍‌ ଆଫ୍ରିକାରେ ଖେଳାଯିବାକୁ ଥିବା ମଜାଂସା ଟି-୨୦ ରୁ ସେ ବିଦାୟ ନେଇଛନ୍ତି। ସୂଚନା ଅନୁଯାୟୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗେଲ ମଜାଂସା ଲିଗ୍‌ରେ ଯୋଜି ଷ୍ଟାର୍ସ ପକ୍ଷରୁ ଖେଳିଥିଲେ ଏବଂ ଗତ ଚାମ୍ପିୟନ ବର୍ତ୍ତମାନ ପର୍ଯ୍ୟନ୍ତ ଛଅଟି ମ୍ୟାଚ ଖେଳିଥିଲେ ମଧ୍ୟ ବର୍ତ୍ତମାନ ନିଜର ଖାତା ଖୋଲି ପାରିନାହାନ୍ତି।

chris1ଇଏସପିଏନ କହିବାନୁଯାୟୀ ଗେଲ୍‌ ନିଜ ମନର କଥା ସମସ୍ତଙ୍କ ଆଗରେ ରଖିବା ସହ କହିଛନ୍ତି ଟି-୨୦ ଲିଗ୍‌ରେ ତାଙ୍କ ସହ ଭଲ ବ୍ୟବହାର କରାଯାଇନଥିଲା ଏବଂ ସେଥିପାଇଁ ସେ ଖୁବ୍‌ ଦୁଃଖୀ ମଧ୍ୟ ହୋଇଛନ୍ତି। ଗେଲ୍‌ କହିଛନ୍ତି ତାଙ୍କୁ ସମସ୍ତ ଲିଗ୍‌ରେ ସେହି ସମ୍ମାନ ମିଳିନଥିଲା, ଯାହାର ସେ ହକଦାର୍‌। ୪୦ ବର୍ଷର ଓପ୍‌ନିଂ ବ୍ୟାଟ୍ସମ୍ୟାନ ଗେଲ୍‌ ଏହି ଲିଗ୍‌ରେ ଛଅଟି ମ୍ୟାଚରେ କେବଳ ୧୦୧ ରନ୍‌ କରିବା ସହ ଟୁର୍ଣ୍ଣାମେଣ୍ଟକୁ ଅଲବିଦା କହିଛନ୍ତି। ଗତ ରବିବାର ଦିନ ସେ ଟୁର୍ଣ୍ଣାମେଣ୍ଟର ଶେଷ ମ୍ୟାଚ୍‌ ଖେଳିଥିଲେ, ଯେଉଁଥିରେ ସେ ୫୪ ରନ୍‌ କରିଥିଲେ।

ଏହାସହ ପଢନ୍ତୁ: ପିଙ୍କ୍‌ ସିଟିରେ ପରିବର୍ତ୍ତିତ ହେଲା ସିଟି ଅଫ୍‌ ଜୟ, ଚାରିଆଡ ହେଲା ଗୋଲାପି

chris-ଗେଲ୍‌ ଙ୍କ କହିବା ଅନୁଯାୟୀ ଯେତେବେଳେ ଗୋଟେ ବା ଦୁଇଟି ମ୍ୟାଚରେ ତାଙ୍କ ବ୍ୟାଟରୁ ରନ୍‌ ହୋଇନଥାଏ ତେବେ ସେ ହଠାତ୍‌ ଟିମ୍‌ ପାଇଁ ବୋଝ ପାଲଟି ଯାଆନ୍ତି । ଏହି କଥାକୁ ନେଇ ଗେଲ୍‌ ସ୍ପଷ୍ଟ କରିଛନ୍ତି ସେ କୌଣସି ଅଲଗା ଟିମ୍‌ ପାଇଁ କହି ନାହାନ୍ତି ବରଂ ପୂର୍ବରୁ ଅନେକ ସମୟ ଧରି ଫ୍ରାଞ୍ଚାଇଜ୍‌ ଟିମ୍‌ ସହ ଖେଳିବାର ଆଧାରରେ କହିଛନ୍ତି। ଗେଲ୍‌ କହିଛନ୍ତି ଯଦି ସେ ଦୁଇ-ତିନଟି ମ୍ୟାଚରେ ରନ୍‌ କରିପାରୁ ନାହାନ୍ତି ତେବେ କ୍ରିସ୍‌ ଗେଲ୍‌ ବୋଝ। ଏଭଳି ଅନୁଭବ ହୋଇଥାଏ ଯେପରି ଜଣେ ଖେଳାଳି ହିଁ ଟିମ୍‌ ପାଇଁ ବୋଝ ହୋଇଯାଇଛନ୍ତି ଏବଂ ଯଦି ଥରେ ଏପରି ହୋଇଥାଏ ତେବେ ଏହାପରେ ଅନେକ ପ୍ରକାର କଥା ଶୁଣିବାକୁ ପଡିଥାଏ। ଗେଲ୍‌ ନିଜ ମନର କଥା ପ୍ରକାଶ କରିବାକୁ ଯାଇ କହିଛନ୍ତି ମୁଁ କଣ କରିଛି, ଲୋକମାନେ ପଛ କଥା ଭୁଲି ଯାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.