ପେଟିଏମ୍‌ କେଓ୍ଵାଇସି ଅପଡେଟ୍‌ ପାଇଁ ମେସେଜ୍ ଆସୁଥିଲେ ହୋଇଯାଆନ୍ତୁ ସାବଧାନ, କଳାକନା ବୁଲିଯାଇ ପାରେ ଏକାଉଣ୍ଟରେ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ଚାଲିଥିବା ବେଳେ ଲୋକେ ଘରେ ଏକରକମ ବନ୍ଦୀ ହୋଇ ରହିଛନ୍ତି । ଏହାର ଫାଇଦା ନେଉଛନ୍ତି ସାଇବର ଠକମାନେ । ଲୋକଙ୍କ ଏକାଉଣ୍ଟରୁ ଟଙ୍କା ଲୁଟିବାର ସୁବର୍ଣ୍ଣ ସୁଯୋଗ ଜୁଟିଛି ଏହି ସାଇବର ଲୁଟେରାଙ୍କ ପାଇଁ ।

ନିକଟରେ ଏସ୍‌ବିଆଇ ମଧ୍ୟ ତା’ର ଗ୍ରାହାକଙ୍କୁ ଏ ସମ୍ପର୍କରେ ସଚେତନ କରିଥିଲା । ସାଇବର ଠକ ଏବେ ମୋବାଇଲ୍‌ ଓ୍ଵାଲେଟ୍‌ ଆପ୍‌ ୟୁଜର୍ସଙ୍କୁ ଟାର୍ଗେଟ କରୁଛନ୍ତି । ଏହି ଠକମାନେ କେଓ୍ଵାଇସି ଅପ୍‌ଡେଟ୍‌ ଆଳରେ ଲୋକଙ୍କୁ ଠକୁଛନ୍ତି ।

cyber-crime.jpg-1

ବ୍ୟାଙ୍କ୍‌ େଓ୍ଵବ୍‌ସାଇଟ୍‌ରେ ମେସେଜ୍‌ ପଠାଉଥିଲେ ଏବେ ପେଟିଏମ୍‌ କେଓ୍ଵାଇସି ଅପ୍‌ଡେଟ୍‌ ନାମରେ ମେସେଜ୍‌ ପଠାଉଛନ୍ତି । ଏଥିରେ କୁହାଯାଉଛି ଯେ ୟୁଜର୍ସ ସେମାନଙ୍କର କେଓ୍ଵାଇସି ଅପ୍‌ଡେଟ୍‌ କରି ଦିଅନ୍ତୁ, ନଚେତ୍‌ ଏକାଊଣ୍ଟ ଅଚଳ ହୋଇଯିବ ।

ଏକାଉଣ୍ଟ ବ୍ଲକ୍‌ ହୋଇଯିବା ଡରରେ ୟୁଜର୍ସ ମେସେଜ୍‌ରେ ଆସିଥିବା ଲିଙ୍କ୍‌ ଉପରେ କ୍ଲିକ୍‌ କଲାମାତ୍ରେ ସାଇବର ଠକ ଏକାଉଣ୍ଟରୁ ସବୁ ଟଙ୍କା ଉଠାଇ ନେଇଯିବ । ଯଦି ଆପଣଙ୍କ ମୋବଇଲ୍‌କୁ ଏପରି କିଛି ମେସେଜ୍‌ ଆସୁଛି ତେବେ ସତର୍କ ହୋଇଯାଆନ୍ତୁ ।

କୈାଣସି ଡାଟା ଦେବା ପୂର୍ବରୁ ପ୍ରଥମେ କମ୍ପାନୀ ସହ ଯୋଗାଯୋଗ କରି ମେସେଜ୍‌ର ସତ୍ୟତାକୁ ଯାଞ୍ଚ କରନ୍ତୁ । ନଚେତ୍‌ ଆପଣ ଠକି ଯାଇ ପାରନ୍ତି । ଆପଣଙ୍କ ଏକାଉଣ୍ଟରେ କଳାକନା ବୁଲିଯାଇ ପାରେ ।

Leave A Reply

Your email address will not be published.