ଲକଡାଉନ ସମୟରେ ଆନ୍ଧ୍ରର ଏକ ଭୋଜିରେ ଯୋଗ ଦେଇଥିଲେ ଗଜପତି ରାମଗିରିର ଏକ ପରିବାର, କ୍ୱାରେଣ୍ଟାଇନରେ ରଖିଲା ପ୍ରଶାସନ

ମୋହନ(କେନ୍ୟୁଜ): ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ୍ ରାମଗିରି ପଞ୍ଚାୟତ ସ୍ଥିତ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରେ ଆନ୍ଧ୍ର ଫେରନ୍ତା ଦୁଇ ପରିବାରକୁ ରଖାଯାଇଛି ।ଉକ୍ତ ଦୁଇ ପରିବାର ରାମଗିରି ବାସିନ୍ଦା ହୋଇଥିବା ବେଳେ ଚାରି ଦିନ ତଳେ ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାର ଆନ୍ଧ୍ରପ୍ରଦେଶର ପାଟପାଟନମ ଏକ ଭୋଜିରେ ଯୋଗ ଦେବାପାଇଁ ଯାଇଥିବା ବେଳେ ଦ୍ଵିତୀୟ ପରିବାର ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି l ପରେ ସେମାନେ ରାତି ଅଧରେ ପୁଣି ନିଜ ଗ୍ରାମ ରାମଗିରିକୁ ଫେରିଥିଲେ ।

gajapati quarantineତେବେ ଗତକାଲି ଆନ୍ଧ୍ର ଏବଂ ଓଡ଼ିଶା ସୀମାନ୍ତ ଗଜପତି ଜିଲ୍ଲା ନିକଟବର୍ତ୍ତୀ ଗ୍ରାମରେ ତିନି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିବା ପରେ ଏବେ ଜ଼ିଲ୍ଲା ପ୍ରଶାସନ ଅଧିକ ସଜାଗ ହୋଇଉଠିଛି l ଏହି ଖବର ପାଇ ଆର୍.ଉଦୟଗିରି ତହସିଲଦାର ସ୍ମୃତି ରଞ୍ଜନ ଶତପଥି ରାମଗିରିରେ ପହଞ୍ଚି ରାମଗିରି ଥାନା ଅଧିକାରୀ ବିକାଶ କୁମାର ସେଠୀ ଙ୍କ ସମେତ ସ୍ଥାନୀୟ ସରପଞ୍ଚ ଆଦିକନ୍ଦ କାର୍ଜୀଙ୍କ ସହ ଯାଇ ଉକ୍ତ ଦୁଇ ପରିବାରର ପାଞ୍ଚଜଣ ସଦସ୍ୟଙ୍କୁ ପଚରା ଉଚରା କରି ୧୪ଦିନ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର(କ୍ୱାରେଣ୍ଟାଇନ)ରେ ରଖିଛନ୍ତି l ଏହା ସହ ସମସ୍ତ ସଦସ୍ୟ ଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.