Below header

Benelli Imperiale 400 ଭାରତରେ ହେଲା ଲଞ୍ଚ, ରୟାଲ ଏନଫିଲଡ୍ ଏବଂ ଜାଭା ସହିତ ହେବ ମୁକାବିଲା

Benelli ନିଜର ରେଟ୍ରୋ ଷ୍ଟାଇଲ ବାଇକ Imperiale 400କୁ ଭାରତରେ ଲଞ୍ଚ କରିଛି। ଏହି ବାଇକ Jawa ଏବଂ Royal Enfield Classic 350 କୁ ସିଧାସଳଖ ଟକ୍କର ଦେବ। ୧୯୫୦ ମସିହାରେ ନିର୍ମିତ ହୋଇଥଚିବା ବେନେଲୀ-ମୋଟାବି ରେଞ୍ଜ ସହିତ ପ୍ରେରିତ। ତେବେ ଆସନ୍ତୁ ଜାଣିବା ଏହାର ଦାମ ଏବଂ ଫିଚର୍ସ।

ଦାମ ଏବଂ ସ୍ପେସିଫିସକସନ

ଏହି ବାଇକର ଏକ୍ସ-ସୋରୁମ ଦାମ ରହିଛି ୧.୬୯ ଲକ୍ଷ ଟଙ୍କା। ଏହାର ଲୁକ୍ ବହୁତ ଆକର୍ଷଣୀୟ ରହିଥିବାବେଳେ ଏହା ପୂରା କ୍ଲାସିକ୍ ଅନ୍ଦାଜରେ ରହିଛି। ଏଥିରେ ଅଧିକାଂଶ କ୍ରୋମର ବ୍ୟବହାର କରାଯାଇଛି। ଏଥିରେ ରାଉଣ୍ଡ ହେଡଲ୍ୟାମ୍ପ, ଟ୍ଵିନ-ପଣ୍ଡ-ଇନଷ୍ଟମେଣ୍ଟ କ୍ଲଷ୍ଟା, ଷ୍ଟାଇଲିସ୍ ଏଗଜାଷ୍ଟ ଏବଂ ସ୍ପିଲଟ୍ ଭଳି ଫିଚର୍ସ ଦିଆଯାଇଛି। ଏହି ବାଇକରେ ବ୍ୟବହାର କରାଯାଇଥିବା ହ୍ଵିଲସ୍‌, ଟାୟାର୍ସ ଏବଂ ବ୍ରେକ ଭଳି ଜିନିଷ ସବୁ ଭାରତରୁ ନିଆଯାଇଛି, ଯେଉଁ କାରଣରୁ ଏହାର ଦାମ କମ୍ ରହିଛି।

bikeଇଞ୍ଜିନ

Benelli Imperiale 400ରେ ର ସିଙ୍ଗଲ-ସିଲିଣ୍ଡର, ୪-ଷ୍ଟ୍ରୋକ, ଏୟାର କୁଲଡ୍‌, ୪ ବଲବ୍ ଇଞ୍ଜିନ ଲଗାଯାଇଛି ଯାହା ୫୫୦୦rpmରେ ୨୧ ପିଏସ ପାଓ୍ଵାର ଏବଂ ୪୫୦୦ ରେ ୨୯ଏନଏମ ର ଟର୍କ ଜେନେରେଟ୍ କରିଥାଏ। ଏହି ଇଞ୍ଜିନ ୫ ସ୍ପୀଡ୍ ଗିୟର ବକ୍ସ ସହିତ ଲେସ୍ ଅଟେ। ଏହି ବାଇକର ଇଞ୍ଜିନ ଦମଦାର ରହିଥିବାବେଳେ ବାଇକର ଫ୍ରଣ୍ଟରେ ୧୯ ଇଞ୍ଚ ଏବଂ ରିୟରରେ ୧୮ ଇଞ୍ଚର ହ୍ଵିଲ ଲଗାଯାଇଛି। ବ୍ରେକ ପାିଁ ଏହାର ଫ୍ରଣ୍ଟରେ ୩୦୦ଏମଏମ ଡିସ୍କ ଏବଂ ରିୟରରେ ୨୪୦ ଏମଏମ ଡିସ୍କ ବ୍ରେକ୍ ଦିଆଯାଇଛି। କେବଳ ଏତିକି ନୁହେଁ ଏହା ଡୁଆଲ ଚ୍ୟାନେଲ ଏବିଏସ୍ ସହିତ ବି ଲେସ୍ ରହିଛି।

imperiale400ବୁକିଙ୍ଗ୍ ଆରମ୍ଭ

Benelli Imperiale 400ରେ ରେଡ, ସିଲଭର ଏବଂ ବ୍ଲାକ୍ କଲରର ଅପସନ ରହିଛି। ଏହାର ବୁକିଂ ଆରମ୍ଭ ହୋଇଗଲାଣି। ଗ୍ରାହକ Benelliର ୱେବସାଇଟ୍ କିମ୍ବା ଡିଲରସିପରେ ମାତ୍ର ୪,୦୦୦ ଟଙ୍କାରେ ବୁକିଂ କରିପାରିବେ। କମ୍ପାନୀ ପକ୍ଷରୁ ଏହି ବାଇକ ଉପରେ ୩ ବର୍ଷ/ଅନଲିମିଟେଡ୍ କିଲୋମିଟର ର ଓ୍ଵାରେଣ୍ଟୀ ମିଳୁଛି। ଏବେ କେବଳ ଦେଖିବାକୁ ବାକି ରହିଲା ଯେ ଭାରତ ବଜାରରେ ଏହି ବାଇକ କେତେ ନିଜର ସ୍ଥାନ ବଜାୟ ରଖିପାରୁଛି। କାହିଁକିନା ଏହି ବାଇକର ମୁକାବିଲା ରୟାଲ ଏନଫିଲଡ୍ ଭଳି ଲୋକପ୍ରିୟ ବାଇକ ସହିତ ହେବ। ଏହାସହିତ ଜାଭା ମଧ୍ୟ ଏହି ରେସରେ ସାମିଲ ଅଛି।

ଏହାସହ ପଢନ୍ତୁ : Toyotaର ସବୁଠାରୁ ଶସ୍ତା SUV ଆସନ୍ତା ମାସ ହେବ ଲଞ୍ଚ, Hyundai Venueକୁ ଦେବ କଡା ଟକ୍କର

ଗ୍ରାହକଙ୍କୁ କେବଳ ଆମର ଗୋଟିଏ ଅନୁରୋଧ ଯେ କୌଣସି ବି ନୂଆ ବାଇକକୁ କିଣିବା ପୂର୍ବରୁ ଭଲ ଭାବରେ ଟେଷ୍ଟ ରାଇଡ୍ କରନ୍ତୁ, ଏହାସହିତ ଏହା ଜାଣନ୍ତୁ ଯେ କମ୍ପାନୀର ସର୍ଭିସ ସେଣ୍ଟର ଆପଣଙ୍କ କେତେ ନିକଟତର ଅଟେ। କାରଣ ସବୁ କମ୍ପାନୀ ପ୍ରଡକ୍ଟସ୍ ତ ଭଲ ଦେଉଛନ୍ତି କିନ୍ତୁ ସର୍ଭିସ ଦେବା ମାମଲାରେ ପଛ ଘୁଞ୍ଚା ଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.