Below header

ବୁର୍ଲା ବଡ଼ ମେଡିକାଲ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଜବ ଯୁକ୍ତି, ଗଣମାଧ୍ୟମ ପ୍ରତିନିଧିଙ୍କୁ କଲେ ଓଲଟା ପ୍ରଶ୍ନ

ଭୁବନେଶ୍ବର(କେନ୍ୟୁଜ୍): ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଜବ ଯୁକ୍ତି। ବୁର୍ଲା ବଡ଼ ମେଡିକାଲରେ ସର୍ବସାଧାରଣରେ ରୋଗୀଙ୍କ ସଂପର୍କୀୟଙ୍କୁ କାନ ଧରି ବସଉଠ ଘଟଣାରେ ଏଭଳି କିଛି ଯୁକ୍ତି ରଖିଛନ୍ତି ମନ୍ତ୍ରୀ ନବ ଦାସ। ରୋଗୀଙ୍କ ସମ୍ପର୍କୀୟଙ୍କୁ ଉଠବସ୍‌ କରାଇବା ଘଟଣାରେ କେବେ କାର୍ଯ୍ୟାନୁଷ୍ଠାନ ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଜବାବରେ ମନ୍ତ୍ରୀଙ୍କ ଉତ୍ତର ଥିଲା, ଆରଡିସି ଓ ଜିଲ୍ଲାପାଳଙ୍କ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ହେବ। ଜ। ସରକାରଙ୍କ ଉପରେ କୌଣସି ଚାପ ନାହିଁ କି ଭୟ ନାହିଁ। କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଲଟା ପ୍ରଶ୍ନ କରିଥିଲେ, ଆପଣମାନେ ବାଇଟ୍‌ ନେଲେ କଣ ସଙ୍ଗେ ସଙ୍ଗେ ଟେଲିକାଷ୍ଟ କରୁଛନ୍ତି କି? ତେଣୁ ଆମେ ରିପୋର୍ଟ ସଂଗ୍ରହ ପରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.