ଚୀନରେ ପୋଲ ତଳେ ଫସିଲା ପ୍ଲେନ୍‌, ଭାଇରାଲ ଭିଡିଓର ମଜା ନେଉଛନ୍ତି ଲୋକେ, ଆପଣ ବି ଦେଖନ୍ତୁ

ଚାଇନା ଜିନିଷଗୁଡ଼ିକୁ ନେଇ ଅନେକ ଜାଗାରେ ଅନେକ ଲୋକ ଫସୁଥିବାର ନଜର ଆସିଥାଏ। କିନ୍ତୁ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଚାଇନା ଜିନିଷ ନିଜେ ହିଁ ଫସିଯାଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି, ଚୀନରେ ଟ୍ରକ୍ ଉପରେ ଲୋଡ୍ ହୋଇଥିବା ଏକ ଉଡାଜାହାଜ ଫୁଟ୍ ଓଭରବ୍ରିଜ୍ ତଳେ ଫସିଯାଉଛି। ମିଡିଆ ରିପୋର୍ଟ ଅନୁସାରେ ଘଟଣା ହରବିନ୍‌ର ଅଟେ। ଏକ ଉଡାଜାହାଜକୁ ଅଲଗା କରି ଟ୍ରକ୍ ଉପରେ ଲୋଡ୍ କରାଯାଇଥିଲା ଏବଂ ଅନ୍ୟ ଏକ ଜାଗାକୁ ନିଆଯାଉଥିଲା। ରାସ୍ତାରେ ପୋଲ ତଳେ ଯିବା ବେଳେ ଟ୍ରକଟି ଫସିଯାଇଥିଲା।

ଏହାସହ ପଢ଼ନ୍ତୁ: ଗଛ ଉପରେ ହେଲା ବଜ୍ରପାତ, ବାହାର ପଟୁ ହେଲାନି କୌଣସି କ୍ଷତି, ଭିତରେ ହୁତୁହୁତୁ ହୋଇ ଜଳି ଉଠିଲା ନିଆଁ!

ଟ୍ରକ୍ ଫସିଯିବାର କିଛି ସମୟ ପରେ ସେଠାରେ ଟେକ୍ନିସିଆନମାନେ ପହଞ୍ଚିଥିଲେ। ସେମାନେ ଟ୍ରକ୍ ଟାୟାର୍‌ର ପମ୍ପ୍ ଖୋଲିଦେବାକୁ ଚାହିଁଥିଲେ। କାରଣ, ଟାୟାର୍‌ରୁ ପମ୍ପ ଖୋଲିଦେଲେ ଉପରେ ପର୍ଯ୍ୟାପ୍ତ ଜାଗା ବଳିଯିବ। ଫଳରେ ଟ୍ରକ୍‌ ଉଡାଜାହାଜ ସହ ସହଜରେ ପାର୍ ହୋଇଯିବ। ପୋଲ ପାର୍ ହୋଇଗଲେ ଟାୟାର୍‌ରେ ପୁଣିଥରେ ପମ୍ପ୍ ଭରିବାକୁ ପଡ଼ିବ, ଯେପରି ଏହା ତା’ର ଯାତ୍ରା ପୂରା କରିପାରିବ। ସୋସିଆଲ ମିଡିଆରେ ଲୋକେ ଭାଇରାଲ୍ ଭିଡିଓର ଖୁବ୍ ମଜା ନେଉଛନ୍ତି।