ମୋହନା: ମୂଲ୍ୟବାନ ପିଆଶାଳ କାଠ ଚାଲାଣ କରୁଥିବା ମିନିଟ୍ରକ ଜବତ , ୮ ଗିରଫ

ମୋହନା (କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ପୋଲିସ ଏକ ୪୦୭ ଭ୍ୟାନରେ ଚୋରା ଚାଲାଣ ହେଉଥିବା ୧୩ ଖଣ୍ଡ ପିଆଶାଳ କାଠ ଗଣ୍ଡି ଜବତ କରିବା ସହ ୮ ଜଣ କାଠ ମାଫିଆଙ୍କୁ ଗିରଫ କରିଛି l ଗିରଫ କାଠ ମାଫିଆ ମାନେ ଅଡବା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି l ମଙ୍ଗଳବାର ରାତିରେ ଝିଲିକି -ଗୌଡ଼ଗୋଠ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ପୋଲିସକୁ ଏହି ସଫଳତା ମିଳିଛି l ଉକ୍ତ କାଠଗଣ୍ଡି ଅଡବାରୁ ବଡ଼ଗଡ଼ ଚାଲାଣ ହେଉଥିବା ଜଣାପଡିଛି l ଜବତ କାଠଗଣ୍ଡି ଏବଂ ଗିରଫ ଅଭିଯୁକ୍ତମାନଙ୍କୁ ମୋହନା ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ଅଡବା ପୋଲିସ ସୂଚନା ଦେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.